ଦେଶ ବିଦେଶ

Assam: ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି: ଗୁଜରାଟରେ ୧୩ ଜିଲ୍ଲାରେ ରେଡ ଆଲର୍ଟ, ସୁରଟରେ ପ୍ରବଳ ବର୍ଷା

ଆସାମର ଶିବସାଗର ଜିଲ୍ଲାରେ ବନ୍ୟାଜନିତ କାରଣ ପାଇଁ ଆଉ ୨ ଜଣଙ୍କ ମୃତ୍ୟୁ ସହ ରାଜ୍ୟରେ ମୋଟ୍‌ ମୃତ୍ୟୁସଂଖ୍ୟା ୮୦ରେ ପହଞ୍ଚିଛି। ରାଜ୍ୟର ୮ ଜିଲ୍ଲାରେ ୨.୧୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ନୂଆଦିଲ୍ଲୀ : ଆସାମର ଶିବସାଗର ଜିଲ୍ଲାରେ ବନ୍ୟାଜନିତ କାରଣ ପାଇଁ ଆଉ ୨ ଜଣଙ୍କ ମୃତ୍ୟୁ ସହ ରାଜ୍ୟରେ ମୋଟ୍‌ ମୃତ୍ୟୁସଂଖ୍ୟା ୮୦ରେ ପହଞ୍ଚିଛି। ରାଜ୍ୟର ୮ ଜିଲ୍ଲାରେ ୨.୧୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୮ ଜିଲ୍ଲାର ୨.୧୨ ଲକ୍ଷ ଲୋକ ଏବେ ବନ୍ୟା ଜଳରେ ଘାଣ୍ଟି ହେଉଛନ୍ତି। ୫୫୧ ଗାଁ ଜଳମଗ୍ନ ହୋଇଯାଇଥିବା ବେଳେ ୨୧ ହଜାରରୁ ଅଧିକ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି। ବନ୍ୟାଜଳ ମଧ୍ୟ ରାସ୍ତାଘାଟ, ନଦୀ, ବନ୍ଧ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ଗୋଲାଘାଟ, ଶିବସାଗର, ବିଶ୍ବନାଥ, ଚରାଇଦେଓ, କାମରୂପ, ଜୋରହାଟ, ଧେମାଜୀ, ନାଗାଓଁ ଏବଂ ଚରାଇଦେଓରେ ୪୩୭ ଗ୍ରାମରେ ବନ୍ୟା ଜଳ ଆତଙ୍କ ସୃଷ୍ଟି କରିଛି।

ଚରାଇଦେଓରେ ବନ୍ୟା ଯୋଗୁ ସର୍ବାଧିକ ୮୦ ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ଶିବସାଗରରେ ୭୧ ହଜାର ଏବଂ ଜୋରହାଟରେ ୪୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଅନ୍ୟପକ୍ଷେ ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ସୁରାଟ ଏବଂ ଦକ୍ଷିଣ ଗୁଜରାଟର ଏକ ବିଶାଳ ଅଂଶ ଜଳମଗ୍ନ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ୧୩ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button