ଦେଶ ବିଦେଶ

Earthquake: ମିଶରରେ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୫.୪

ମିଶରରେ ସୋମବାର ଭୋର୍ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ମାପ କରାଯାଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ରିପୋର୍ଟ କରିଛି ସ୍ଥାନୀୟ ସମୟ ରାତି ପ୍ରାୟ ୧୨ଟା(ଭାରତୀୟ ସମୟ ଭୋର୍ ୩ଟା)ରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

କାଏରୋ:ମିଶରରେ ସୋମବାର ଭୋର୍ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ମାପ କରାଯାଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ରିପୋର୍ଟ କରିଛି ସ୍ଥାନୀୟ ସମୟ ରାତି ପ୍ରାୟ ୧୨ଟା(ଭାରତୀୟ ସମୟ ଭୋର୍ ୩ଟା)ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ହଠାତ୍ ଭୂମିକମ୍ପ ଯୋଗୁଁ ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ଭୂମିକମ୍ପର କେନ୍ଦ୍ର ଭୃପୃଷ୍ଠର ୧୦ କିଲୋମିଟର ଗଭୀରତାରେ ଥିଲା। ଇଜିପ୍ଟର ଅଧିକାରୀମାନେ ସୁଏଜ୍ ସହରରୁ ୩୮ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ଦେଇଛନ୍ତି। ଭୂମିକମ୍ପର କେନ୍ଦ୍ରସ୍ଥଳ ମିଶର ଥିଲେ ମଧ୍ୟ ଏହାର ପ୍ରଭାବରେ କାଇରୋ, ଗିଜା ଏବଂ ଅନେକ ମିଶରର ଅନ୍ୟ ପ୍ରଦେଶ ସମେତ ପାଲେଷ୍ଟାଇନ, ଇସ୍ରାଏଲ, ଜୋର୍ଡାନ, ଲେବାନନ ଏବଂ ସାଇପ୍ରସର କିଛି ଅଞ୍ଚଳର ଲୋକମାନେ ମଧ୍ୟ ଭୂମିକମ୍ପର ଝଟ୍‌କା ଅନୁଭବ କରିଥିଲେ।

କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ

ଇଜିପ୍ଟର ରେଡ୍ କ୍ରିସେଣ୍ଟ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଜରୁରୀକାଳୀନ ପ୍ରତିକ୍ରିୟା ସକ୍ରିୟ କରିଛି। ଏହି ଅଞ୍ଚଳଗୁଡ଼ିକରୁ ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ। ରେଡ୍ କ୍ରିସେଣ୍ଟ ଲୋକମାନଙ୍କୁ ପୁରୁଣା ଏବଂ କ୍ଷତିଗ୍ରସ୍ତ କୋଠାଠାରୁ ଦୂରେଇ ରହିବାକୁ ଅନୁରୋଧ କରିଛି। କର୍ତ୍ତୃପକ୍ଷ ଲୋକମାନଙ୍କୁ କେବଳ ସରକାରୀ ସୂଚନା ଉପରେ ନିର୍ଭର କରିବାକୁ ଏବଂ କୌଣସି ଗୁଜବରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି।

ମିଶରର ଏହି ବିଶାଳ ଅଞ୍ଚଳ ଏବଂ ପୂର୍ବ ଭୂମଧ୍ୟସାଗର ଏକ ସକ୍ରିୟ ଭୂମିକମ୍ପପ୍ରବଣ ଅଞ୍ଚଳ। ଏହି ଅଞ୍ଚଳରେ ପ୍ରାୟତଃ ୫ରୁ୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥାଏ। ଅଧିକାଂଶ କ୍ଷେତ୍ରରେ, ଭୂମିକମ୍ପ ଯୋଗୁଁ ଧନଜୀବନ ହାନି ଘଟି ନଥାଏ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button