ରାଜ୍ୟ

Sex Racket: ସିଭିଲଟାଉନସିପରେ ସେକ୍ସ ରାକେଟ ଠାବ, ଦୁଇ ଯୁବତୀଙ୍କ ସହ ଦୁଇ ଗ୍ରାହକ ଅଟକ

ଗତକାଲି ରାତିରେ ସିଭିଲଟାଉନସିପ ଏଲ ବ୍ଲକରେ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି l ରଘୁନାଥପାଲି ପୁଲିସ ଦୁଇ ଯୁବତୀଙ୍କ ସହ ଦୁଇ ଗ୍ରାହକଙ୍କୁ ଧରିଛି l ଘଟଣାସ୍ଥଳରୁ ପୁଲିସ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି l

ରାଉରକେଲା: ଗତକାଲି ରାତିରେ ସିଭିଲଟାଉନସିପ ଏଲ ବ୍ଲକରେ ଏକ ଭଡ଼ା ଘରେ ସେକ୍ସ ରାକେଟଠାବ ହୋଇଛି l ରଘୁନାଥପାଲି ପୁଲିସ ଦୁଇ ଯୁବତୀଙ୍କ ସହ ଦୁଇ ଗ୍ରାହକଙ୍କୁ ଧରିଛି l ଘଟଣାସ୍ଥଳରୁ ପୁଲିସ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି l

ଘରକୁ ଭଡ଼ାରେ ନେଇ ସେକ୍ସ ରାକେଟ ଚଳାଉଥିଲେ

ଉଦିତନଗର ଓରାମପଡ଼ାର ଜଣେ ବୃଦ୍ଧା ଓ ତାଙ୍କ ସମ୍ପର୍କୀୟ ଘରକୁ ଭଡ଼ାରେ ନେଇ ସେକ୍ସ ରାକେଟ ଚଳାଉଥିଲେ l ବୃଦ୍ଧା ଓ ତାଙ୍କ ସମ୍ପର୍କୀୟ ଝାରଖଣ୍ଡ ଓ କୋଲକାତାରୁ ଯୁବତୀଙ୍କୁ ଆଣୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି l ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

ଗିରଫ ଅଭିଯୁକ୍ତମାନେ ହେଲେ ରାଣୀ ମହୁମାଛି କଟକ ୪୨ ମୌଜାର ମୂଳବାସିନ୍ଦା ତଥା ସିଭିଲ୍ ଟାଉନସିପ୍ ଏଲ୍।୧୨ରେ ଭଡ଼ାରେ ରହୁଥିବା ସୁଷମା ପ୍ରଧାନ(୫୯), ସହଯୋଗୀ ଓରାମପଡ଼ାର ଦଶରଥ ତନ୍ତୀ(୬୫), ଗ୍ରାହକ ବରଗଡ଼ ଆଗଲପୁରର ମୂଳବାସିନ୍ଦା ତଥା ସେକ୍ଟର-୧୫ ସି/୨୫୨ର ଦେବେନ୍ଦ୍ର ହରପାଲ(୨୭), ଡିଏଭି ସ୍କୁଲ ଲେନର ସତିଶ ଗୁପ୍ତା(୪୧)। ଘଟଣାସ୍ଥଳରୁ ୨ ଜଣ ଦେହ ବ୍ଯବସାୟୀଙ୍କୁ ଉଦ୍ଧାର କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button