ଦେଶ ବିଦେଶ

Supremecourt: ପ୍ରତ୍ୟେକ ରାସ୍ତାକୁ ପଥଚାରୀଙ୍କ ପାଇଁ ଅବରୋଧମୁକ୍ତ କର, କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେ‌ଲେ ସୁପ୍ରିମ୍‌କୋର୍ଟ

ପଥଚାରୀ ଚାଲିବା ପାଇଁ ଦେଶରେ ପ୍ରତ୍ୟେକ ରାସ୍ତାକୁ ଅବରୋଧମୁକ୍ତ କରିବାକୁ ସୁପ୍ରିମ୍‌କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍‌ ନରସିଂହ ଓ ଆଲୋକ ଆରାଧେଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ କେଏମ୍‌ ନଟରାଜଙ୍କୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି

ନୂଆଦିଲ୍ଲୀ: ପଥଚାରୀ ଚାଲିବା ପାଇଁ ଦେଶରେ ପ୍ରତ୍ୟେକ ରାସ୍ତାକୁ ଅବରୋଧମୁକ୍ତ କରିବାକୁ ସୁପ୍ରିମ୍‌କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍‌ ନରସିଂହ ଓ ଆଲୋକ ଆରାଧେଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ କେଏମ୍‌ ନଟରାଜଙ୍କୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି, ଯାହାଦ୍ୱାରା ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯିବ ଏବଂ ସେହି ସ୍ଥାନକୁ ଅବରୋଧମୁକ୍ତ କରାଯିବ।

ଖଣ୍ଡପୀଠ କହିଛନ୍ତି, ବଡ଼ ଧରଣର ବିନିଯୋଗ କିମ୍ବା ନିର୍ମାଣର ଆବଶ୍ୟକତା ନାହିଁ। କେବଳ ପଥଚାରୀଙ୍କ ପାଇଁ ସ୍ଥାନକୁ ସଠିକ୍ ଭାବେ ଚିହ୍ନଟ କରନ୍ତୁ। ଯେଉଁଠି ରାସ୍ତା ଅଛି, ସେଠାରେ ପଥଚାରୀଙ୍କ ପାଇଁ ମଧ୍ୟ ସ୍ଥାନ ରହିବା ଦରକାର। ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ। ଏହି ସମୟ ମଧ୍ୟରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବା ପାଇଁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଜୁଲାଇ ୧୯ ତାରିଖ ରାୟରେ ଖଣ୍ଡପୀଠ କହିଥିଲେ ଯେ ଚିହ୍ନଟ ହୋଇଥିବା ଫୁଟପାଥରେ ଚାଲିବା ଜଣେ ନାଗରିକଙ୍କ ମୌଳିକ ଅଧିକାର। ଏହି ଅଧିକାର ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଡି), ୧୯(୧)(ଏ), ୧୯(୧)(ବି), ୧୯(୧)(ସି) ଓ ଅନୁଚ୍ଛେଦ ୨୧ ଅନୁଯାୟୀ ପ୍ରଦତ୍ତ ଗମନାଗମନ ଅଧିକାରର ଏକ ଅବିଚ୍ଛିନ୍ନ ଅଂଶ। ତେବେ ଚାଲିବାର ମୌଳିକ ଅଧିକାର ମଧ୍ୟରେ ଚିହ୍ନଟ ହୋଇଥିବା ଫୁଟପାଥରେ ଚାଲିବାର ଅଧିକାର ମଧ୍ୟ ସାମିଲ।

ଏକ ସଡ଼କ ଦୁର୍ଘଟଣା କ୍ଷତିପୂରଣ ମାମଲାର ଶୁଣାଣି ସମୟରେ ସୁପ୍ରମ୍‌କୋର୍ଟ ଏହି ରାୟ ଦେଇଛନ୍ତି। ଏହି ମାମଲାରେ ଜଣେ ବାପାଙ୍କ ସହ ସ୍କୁଲକୁ ଯାଉଥିବା ୫ ବର୍ଷର ଶିଶୁକୁ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା, ଯେଉଁଥିରେ ଶିଶୁଟିର ମୃତ୍ୟୁ ହୋଇଥିଲା। ବାପା ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ। କିନ୍ତୁ ପ୍ରଥମେ ମୋଟର ଆକ୍ସିଡେଣ୍ଟ୍‌ସ କ୍ଲେମ୍‌ ଟ୍ରିବ୍ୟୁନାଲ ତାଙ୍କୁ ୭.୮୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ପରେ ଉଭୟ ପକ୍ଷ ଆବେଦନ କରିବା ପରେ ହାଇକୋର୍ଟ କ୍ଷତିପୂରଣ ରାଶିକୁ ଆହୁରି କମାଇ ୪.୭୦ ଲକ୍ଷ ଟଙ୍କା କରିଦେଇଥିଲେ। ଏହା ପରେ ଶିଶୁର ବାପା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍‌କୋର୍ଟ ହାଇକୋର୍ଟଙ୍କ ଆଦେଶକୁ ବାତିଲ୍ କରି ମୃତ ଶିଶୁର ବାପାଙ୍କୁ ଦୁଇ ମାସ ମଧ୍ୟରେ ୧୧,୪୪,୬୨୮ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button