ଦେଶ ବିଦେଶ

Assam: ଆସାମରେ ବର୍ବର କାଣ୍ଡ: ନାବାଳିକାଙ୍କୁ ଘରେ ପଶି ଦୁଷ୍କର୍ମ ପରେ ହତ୍ୟା

ଆସାମରେ ଅତ୍ୟନ୍ତ ବର୍ବର କାଣ୍ଡ ଘଟିଛି। ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ଘରେ ପଶି ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ତାଙ୍କ ମର ଶରୀରକୁ ଏମିତି ବିକୃତ କରାଯାଇଥିଲା ଯେ ତାଙ୍କୁ ତାଙ୍କ ନିଜ ପରିବାର ସଦସ୍ୟ ମଧ୍ୟ ଚିହ୍ନି ପାରିନଥିଲେ।

ଗୁଆହାଟୀ: ଆସାମରେ ଅତ୍ୟନ୍ତ ବର୍ବର କାଣ୍ଡ ଘଟିଛି। ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ଘରେ ପଶି ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ତାଙ୍କ ମର ଶରୀରକୁ ଏମିତି ବିକୃତ କରାଯାଇଥିଲା ଯେ ତାଙ୍କୁ ତାଙ୍କ ନିଜ ପରିବାର ସଦସ୍ୟ ମଧ୍ୟ ଚିହ୍ନି ପାରିନଥିଲେ। ଘଟଣା ଘଟିବା ସମୟରେ ପୀଡ଼ିତା ନାବାଳିକା ଘରେ ଏକା ଥିଲେ। ତାଙ୍କ ପରିବାର ସଦସ୍ୟ ଘର ନିକଟରେ ଜଣେ ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ଘରକୁ ଫେରି ସେମାନେ ଝିଅକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ଚିହ୍ନି ପାରିନଥିଲେ।

ପୁଲିସ ଅନୁଯାୟୀ, ପୀଡ଼ିତାଙ୍କ ମୁହଁ ଓ ମୁଣ୍ଡକୁ ଅତି ନିଷ୍ଠୁର ଭାବେ ଛେଚି ନଷ୍ଟ କରାଯାଇଥିଲା ଏବଂ ତାଙ୍କ ଯୌନାଙ୍ଗରେ ଏକ ରଡ୍‌ ଭର୍ତ୍ତି କରାଯାଇଥିଲା। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଗତ ଶନିବାର ରାତିରେ ଏହି ଘଟଣା ଘଟିଛି। ପୀଡ଼ିତା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ‌ଭୋଜି ଖାଇବା ପାଇଁ ଯାଇଥିଲେ। କିନ୍ତୁ‌ ସେଠାରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ବଚସା ହେବାପରେ ସେ ଘରକୁ ଫେରି ଆସିଥିଲେ। ପରେ ପରିବାର ସଦସ୍ୟ ଆସି ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ସ୍ଥାନୀୟ ଲୋକ ଉକ୍ତ ଘଟଣାରେ ଦୋଷୀ ବିରୋଧରେ କଠୋର ଦଣ୍ଡ ଦାବି କରିବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏଏସ୍‌ପି ଅମିତାଭ ସିହ୍ନା କହିଛନ୍ତି, ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ୫ ଜଣଙ୍କୁ ଅଟକ ରଖି ଜେରା କରାଯାଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button