ଦେଶ ବିଦେଶ
Trump Threatens: ପୁଣି ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ
ଇରାନକୁ ପୁଣି ଥରେ କଡ଼ା ବାର୍ତ୍ତା ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। “ଏହା ବୁଝାମଣାର ଶେଷ ସୁଯୋଗ” ବୋଲି ସ୍ପଷ୍ଟ କରି ଟ୍ରମ୍ପ କହିଛନ୍ତି, ଖୁବ୍ ଶୀଘ୍ର ଆମେରିକା ଓ ଇରାନ ମଧ୍ୟରେ ନୂଆ ଆଲୋଚନା ଆରମ୍ଭ ହୋଇପାରେ।

ନୂଆଦିଲ୍ଲୀ: ଇରାନକୁ ପୁଣି ଥରେ କଡ଼ା ବାର୍ତ୍ତା ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। “ଏହା ବୁଝାମଣାର ଶେଷ ସୁଯୋଗ” ବୋଲି ସ୍ପଷ୍ଟ କରି ଟ୍ରମ୍ପ କହିଛନ୍ତି, ଖୁବ୍ ଶୀଘ୍ର ଆମେରିକା ଓ ଇରାନ ମଧ୍ୟରେ ନୂଆ ଆଲୋଚନା ଆରମ୍ଭ ହୋଇପାରେ। ଏହି ଆଲୋଚନାର ମୁଖ୍ୟ ଲକ୍ଷ୍ୟ ରହିବ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍କୁ ପୁଣିଥରେ ଖୋଲିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକାର ଚିନ୍ତା ଦୂର କରିବା। ତେବେ ଟ୍ରମ୍ପଙ୍କ ସତର୍କ ହେଉଛି, ଯଦି ଏହି ଆଲୋଚନା ବିଫଳ ହୁଏ, ତେବେ ଆମେରିକା ତା’ର ସାମରିକ ପଦକ୍ଷେପକୁ ଆହୁରି ତୀବ୍ର କରିପାରେ। ଓଭାଲ୍ ଅଫିସରେ ସାମ୍ବାଦିକମାନଙ୍କ ସହ କଥା ହେବାବେଳେ ଟ୍ରମ୍ପ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ହୋର୍ମୁଜ୍ ଜଳସନ୍ଧିକୁ ଖୋଲିବା ଉପରେ ଆଲୋଚନା ହେବ ଏବଂ ପରେ ଇରାନର ପରମାଣୁ ନିରସ୍ତ୍ରୀକରଣ ପ୍ରସଙ୍ଗ ଉଠିବ।
ସୌଜନ୍ୟ ସମ୍ବାଦ




