ମନୋରଞ୍ଜନ

Hollywood films: ତିନିଟି ହଲିଉଡ୍‌ ଚଳଚ୍ଚିତ୍ର ସହ ଲଢ଼ିବ ‘କିଙ୍ଗ୍‌’

ଶାହରୁଖ ଖାଁଙ୍କ ବହୁପ୍ରତୀକ୍ଷିତ ଆକ୍ସନ୍ ଚଳଚ୍ଚିତ୍ର ‘କିଙ୍ଗ୍‌’ ଡିସେମ୍ବର ୨୪ରେ ମୁକ୍ତିଲାଭ କରିବ ବୋଲି ଜାନୁଆରି ମାସରେ ଉନ୍ମୋଚିତ ପ୍ରୋମୋରୁ ଜଣାପଡ଼ିଥିଲା। ତେବେ ସେହି ସମୟରେ ଏକାଧିକ ହଲିଉଡ୍‌ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଅଛି।

ଶାହରୁଖ ଖାଁଙ୍କ ବହୁପ୍ରତୀକ୍ଷିତ ଆକ୍ସନ୍ ଚଳଚ୍ଚିତ୍ର ‘କିଙ୍ଗ୍‌’ ଡିସେମ୍ବର ୨୪ରେ ମୁକ୍ତିଲାଭ କରିବ ବୋଲି ଜାନୁଆରି ମାସରେ ଉନ୍ମୋଚିତ ପ୍ରୋମୋରୁ ଜଣାପଡ଼ିଥିଲା। ତେବେ ସେହି ସମୟରେ ଏକାଧିକ ହଲିଉଡ୍‌ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଅଛି। ତେଣୁ ବ୍ୟାବସାୟିକ କ୍ଷତି ଆଶଙ୍କାରେ ‘କିଙ୍ଗ୍‌’ର ମୁକ୍ତିଲାଭକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ବିଶ୍ବସନୀୟ ସୂତ୍ରରୁ ଏବେ ଜାଣିବାକୁ ମିଳିଛି ଯେ ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ‘କିଙ୍ଗ୍’ ମୁକ୍ତିଲାଭ କରିବ। ତେଣୁ ଶାହରୁଖଙ୍କ ଏହି ଚଳଚ୍ଚିତ୍ର ଏକାବେଳେ ତିନି ତିନିଟି ବଡ଼ ହଲିଉଡ୍‌ ଚଳଚ୍ଚିତ୍ର ସହିତ ପ୍ରତିଯୋଗିତା କରିବ। ଡିସେମ୍ବର ୧୮ ତାରିଖରେ ‘ମାର୍ଭେଲ୍‌ ସିନେମାଟିକ୍‌ ୟୁନିଭର୍ସ’ର ‘ଆଭେଞ୍ଜର୍ସ: ଡୁମ୍‌ସଡେ’ ଓ ‘ଡ୍ୟୁନ୍‌: ପାର୍ଟ ଥ୍ରି’ ମୁକ୍ତିଲାଭ କରିବାର ଅଛି।

ସାରା ପୃଥିବୀରେ ଏ ଦୁଇଟିଯାକ ଚଳଚ୍ଚିତ୍ରର ଉତ୍ସର୍ଗୀକୃତ ପ୍ରଶଂସକ ଅଛନ୍ତି। ପୁଣି ଡିସେମ୍ବର ୨୫ରେ ‘ଜୁମାଞ୍ଜି: ଓପନ୍‌ ଵାର୍ଲଡ୍‌’ ମୁକ୍ତିଲାଭ କରିବ। ପ୍ରେକ୍ଷାଳୟରେ ଏ ତିନିଟି ଯାକ ଚଳଚ୍ଚିତ୍ରର ଉପସ୍ଥିତି ସତ୍ତ୍ବେ ‘କିଙ୍ଗ୍‌’ ଭଲ ବ୍ୟବସାୟ କରିବ ବୋଲି ବକ୍ସ ଅଫିସ୍‌ ବିଶେଷଜ୍ଞମାନେ କହୁଛନ୍ତି। ଏହାର କାରଣ ହେଲା ଷ୍ଟାର୍‌ ପାଵାର୍‌ ଓ ଘରୋଇ ବଜାରରେ ଏହାକୁ ନେଇ ଉତ୍କଣ୍ଠା। ବଲିଉଡ୍‌ର ସବୁଠାରୁ ବଡ଼ ତାରକା ଭାବେ ପରିଗଣିତ ଶାହରୁଖ ତିନି ବର୍ଷର ବ୍ୟବଧାନ ପରେ ‘କିଙ୍ଗ୍‌’ ଚଳଚ୍ଚିତ୍ରରେ ଦେଖା ଦେଉଥିବାରୁ ଏହା ଭାରତୀୟ ଦର୍ଶକଙ୍କ ପାଇଁ ସବୁଠାରୁ ଅଧିକ ଆକର୍ଷଣୀୟ ମନେ ହୋଇପାରେ। ତେବେ ପ୍ରେକ୍ଷାଳୟ ମାଲିକଙ୍କ ପାଇଁ ଏହି ସମୟ ଆହ୍ବାନପୂର୍ଣ୍ଣ ହେବ ନିଶ୍ଚୟ, କାରଣ ପ୍ରତ୍ୟେକ ଡିଷ୍ଟ୍ରିବ୍ୟୁଟର୍‌ ଓ ଷ୍ଟୁଡିଓ ସେମାନଙ୍କ ଚଳଚ୍ଚିତ୍ରକୁ ସର୍ବାଧିକ ପରଦାରେ ପ୍ରଦର୍ଶିତ କରିବା ଲାଗି ପ୍ରତିଯୋଗିତା କରିବେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button