ରାଜ୍ୟ

Ganja Smuggling: ଶ୍ରାବଣରେ ଗଞ୍ଜେଇ ଡିମାଣ୍ଡ, ଉତ୍ତର ଭାରତରୁ ଧାଇଁ ଆସୁଛନ୍ତି ବେପାରୀ; ହ୍ୱାଟ୍‌ସଆପରେ ଅର୍ଡର, ୟୁପିଆଇରେ ପେମେଣ୍ଟ୍ କଲେ ଡେଲିଭରି

ଭୁବନେଶ୍ୱର/ବୌଦ୍ଧ/ଦାରିଙ୍ଗବାଡ଼ି ୦୪/୦୮: ଉତ୍ତର ପ୍ରଦେଶର ଆଣ୍ଟି ନାର୍କୋଟିକ୍ସ ବ୍ୟୁରୋ ଦୁଇ ଦିନ ତଳେ ମଧ୍ୟପ୍ରଦେଶ ପୁଲିସ ସହାୟତାରେ ୪୬ ନମ୍ବର ରାଜପଥରେ ଦୁଇ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ୭୫.୧୩ କିଲୋ ଗଞ୍ଜେଇ (ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା) ଜବତ ହୋଇଥିଲା । ଜେରା ପରେ ସେମାନେ ସ୍ୱୀକାର କରିଥିଲେ, ଏହି ଗଞ୍ଜେଇ ଓଡ଼ିଶାରୁ ନେଇଥିଲେ । କିଛି ଦିନ ତଳେ ସେମାନେ ଏକ ବୋଲେରୋରେ ଓଡ଼ିଶା ଆସି ଜଣେ ମଧ୍ୟସ୍ଥି ଜରିଆରେ ଏହା କ୍ରୟ କରିଥିଲେ ।

ରବିବାର ରାତିରେ ଉତ୍ତର ପ୍ରଦେଶର ଗାଜିପୁର ଅଞ୍ଚଳରେ ଆଣ୍ଟି ନାର୍କୋଟିକ୍ସ ଟାସ୍କଫୋର୍ସ ଏକ ପିକ୍ ଅପ୍ ଭ୍ୟାନରୁ ୫୦ କିଲୋ ୫ ଶହ ଗ୍ରାମ୍ ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ୨୮ ବର୍ଷ ବୟସର ଜଣେ ଯୁବକକୁ ଗିରଫ କରାଯାଇଛି । ସେ ଓଡ଼ିଶାରୁ ଗଞ୍ଜେଇ ନେଇ ଶ୍ରାବଣମାସରେ ଭକ୍ତମାନଙ୍କୁ ବିକ୍ରି କରିବାକୁ ପ୍ରୟାଗରାଜ ଯାଉଥିଲା । ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶର ଅନେକ ସ୍ଥାନରୁ ଗତ ଏକ ମାସ ମଧ୍ୟରେ ଏଭଳି ଅନେକ ଯୁବକ/ଯୁବତୀ ଗଞ୍ଜେଇ ସହ ଗିରଫ ହୋଇଛନ୍ତି । ତେବେ ସେମାନଙ୍କ ଠାରୁ ବିପୁଳ ପରିମାଣ ବଦଳରେ ସ୍ୱଳ୍ପ ଓଜନର ଗଞ୍ଜେଇ ମିଳିଛି । ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କର ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନାହିଁ । ଅନେକ ମଧ୍ୟ ଗଞ୍ଜେଇ ନିଶାରେ ଅଭ୍ୟସ୍ତ ନୁହଁନ୍ତି ଏବଂ ଆଭିଜାତ୍ୟ ପରିବାରର ସଦସ୍ୟ । ଏହା ଜାଣିବା ପରେ ଆଣ୍ଟି ନାର୍କୋଟିକ୍ସ ବ୍ୟୁରୋର ଅଧିକାରୀମାନେ ଚକିତ ହୋଇଛନ୍ତି । ଅଧିକ ଜେରା ପରେ ଜଣାପଡ଼ିଲା କେବଳ ଶ୍ରାବଣ ମାସରେ ସହଜରେ ଦି’ ପଇସା କମାଇବା ପାଇଁ ସେମାନେ ଓଡ଼ିଶା ଆସି ଗଞ୍ଜେଇ ସଂଗ୍ରହ କରିଥିଲେ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button