ରାଜ୍ୟ

Jatani bandh : ମଦ ଦୋକାନକୁ ନେଇ ଜନ ଅସନ୍ତୋଷ, ଆଜି ୬ ଘଣ୍ଟିଆ ଜଟଣୀ ବନ୍ଦ

ଖୋର୍ଦ୍ଧା,୦୪ \୮ : ମଦ ଦୋକାନକୁ ବିରୋଧ କରି ଆନ୍ଦୋଳନ । ବାରମ୍ବାର ବିରୋଧସ୍ବତେ ବନ୍ଦ ହେଉନି ଦୋକାନ ଫଳରେ ବଢୁଛି ଜନ ଅସନ୍ତୋଷ । ଏଭଳି ଦେଖିବାକୁ ମିଳିଛି ଜଟଣୀ ସୀତାରାମ ଛକ ନିକଟରେ । ସୂଚନା ଅନୁସାରେ ସୀତାରାମ ଛକ ନିକଟରେ ଥିବା ଐତିହାସିକ ଶୈବ୍ୟ ପୀଠକୁ ଲାଗି ଖୋଲିଛି ନୂତନ ସରକାରୀ ମଦ ଦୋକାନ । ଯାହାକୁ ନେଇ ତେଜୁଛି ଆନ୍ଦୋଳନ ।

ଜଟଣୀର ଏହି ନୂତନ ସରକାରୀ ମଦ ଦୋକାନକୁ ବିରୋଧ କରି ଆଜି ୬ ଘଣ୍ଟିଆ ବନ୍ଦ ରହିବ ଜଟଣୀ । ଏହି ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ ଜଟଣୀ ବ୍ୟବସାୟୀ ମହାସଂଘ ଓ ଜଟଣୀ ସୁରକ୍ଷା ମଞ୍ଚ ସହ ବିଭିନ୍ନ ସଙ୍ଗଠନ । ଗତକାଲି ସନ୍ଧ୍ୟାରେ ଏକ ବିରାଟ ମଶାଲ ବାଇକ ରାଲି ବାହାରି ଜଟଣୀ ସହର ପରିକ୍ରମା କରିଥିଲା । ସକାଳ ୬ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜ଼ାର ବନ୍ଦ ରଖିବାକୁ ନିବେଦନ କରିଛି ବିଭିନ୍ନ ସଙ୍ଗଠନ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button