ରାଜ୍ୟ

Neglect: ୬୪୨ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂ‌ଯୋଗ, ୭୫୦ଟିରେ ଶୌଚାଳୟ

ନବରଂଗପୁର ଜିଲ୍ଲାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ବହୁତ ଦୁର୍ବଳ ରହିଛି। କେଉଁ କେନ୍ଦ୍ରର ନିଜସ୍ବ କୋଠା ନାହିଁ, ଆଉ କେଉଁଟି ବିଦ୍ୟୁତ‌ ସଂଯୋଗ ନାହିଁ, କେଉଁଠି ପିଇବା ପାଣି, ଶୌଚାଳୟ ଓ ରୋଷଇ ଘର ନାହିଁ। କିଛି ସ୍ଥାନରେ ଶୌଚାଳୟ...

ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ବହୁତ ଦୁର୍ବଳ ରହିଛି। କେଉଁ କେନ୍ଦ୍ରର ନିଜସ୍ବ କୋଠା ନାହିଁ, ଆଉ କେଉଁଟି ବିଦ୍ୟୁତ‌ ସଂଯୋଗ ନାହିଁ, କେଉଁଠି  ପିଇବା ପାଣି, ଶୌଚାଳୟ ଓ ରୋଷଇ ଘର ନାହିଁ। କିଛି ସ୍ଥାନରେ ଶୌଚାଳୟ ଥିଲେ ପାଣି ଟାଙ୍କି ନାହିଁ। ସବୁ ଥିଲେ ବିଦ୍ୟୁତ ସଂଯୋଗ ହୋଇପାରୁନି। ବାରମ୍ବାର ସମୀକ୍ଷା ବୈଠକ ଏବଂ ଏସବୁକୁ ସଜାଡିବା ପାଇଁ ଚିଠି ଦେଣ ନେଣ ଚାଳୁଥିଲେ ହେଁ କାର୍ଯ୍ୟକାରିତା ଓ ଫଳ ମିଳୁନି।

ଜିଲ୍ଲାର ୧୦ବ୍ଲକ, ଉମରକୋଟ ଓ ନବରଙ୍ଗପୁର ପୌରପାଳିକାକୁ ନେଇ ୧୦ଟି ସିଡିପିଓଙ୍କ ଅଧିନରେ ୯୯ଟି ମଣ୍ଡଳରେ ରହିଛି ୨୩୩୦ଟି ଅଙ୍ଗନବାଡ଼ି କେନ୍ଦ୍ର। ଏଥିରୁ ୧୯୬୦ଟି ନିଜସ୍ବକୋଠାରେ ଚାଳିଥିବା ବେଳେ ଏଥିମଧ୍ୟରୁ ହିଁ ୬୩୬ଟି କେନ୍ଦ୍ରକୁ ସକ୍ଷମ ଭାବେ ପରିବର୍ତ୍ତନ କରାଯାଇଛି। ୩୭୦ଟି ନିଜସ୍ବ କେନ୍ଦ୍ର, ରୋଷଇଘର ଓ ପାନୀୟ ଜଳର ବ୍ୟବସ୍ଥା ନାହିଁ। ଏହାସହ ୬୪୨ଟି ସ୍ଥାନରେ ବିଦ୍ୟୁତ ସଂଯୋଗ ଓ, ୭୫୦ଟି କେନ୍ଦ୍ରରେ ଶୌଚାଳୟ ନାହିଁ। ଏହି ସ୍ଥିତିରେ ଜିଲ୍ଲାର ଅଙ୍ଗନୱାଡୀ କେନ୍ଦ୍ରର ଭିତ୍ତିଭୂମି ଦୁର୍ବଳ ରହିଛି।

ଚନ୍ଦାହାଣ୍ଡି ବ୍ଲକରେ ୧୪୨ରୁ ୧୮ଟିରେ କେନ୍ଦ୍ର, ୪୮ଟିରେ ଶୌଚାଳୟ ଓ ୪୯ଟିରେ ବିଦ୍ୟୁତ ସଂଯୋଗ ନାହିଁ। ସେହିପରି ଡାବୁଗାଁରେ ୧୪୨ରୁ ୧୭ଟିରେ କେନ୍ଦ୍ର, ୨୧ଟି ଶୌଚାଳୟ ଓ ୪୮ଟିରେ ବିଦ୍ୟୁତ ସଂଯୋଗ, ଝରିଗାଁ ୩୦୪ରୁ ୩୮ଟିରେ କେନ୍ଦ୍ର ଏବଂ ଶୌଚାଳୟ ଓ ୪୯ଟିରେ ବିଦ୍ୟୁତ ସଂଯୋଗ, କୋଷାଗୁମୁଡାରେ ୩୧୦ରୁ ୫୫ଟିରେ କେନ୍ଦ୍ର, ୧୩୩ଟି ଶୌଚାଳୟ ଓ ୭୨ଟିରେ ବିଦ୍ୟୁତ ସଂଯୋଗ, ନବରଙ୍ଗପୁର ୧୬୩ରୁ ୩୬ଟିରେ କେନ୍ଦ୍ର, ୫୪ଟି ଶୌଚାଳୟ ଓ ୫୪ଟିରେ ବିଦ୍ୟୁତ ସଂଯୋଗ,  ନନ୍ଦାହାଣ୍ଡି ୧୩୫ରୁ ୪୪ଟିରେ କେନ୍ଦ୍ର, ୬୬ଟି ଶୌଚାଳୟ ଓ ୬୦ଟିରେ ବିଦ୍ୟୁତ ସଂଯୋଗ, ପାପଡାହାଣ୍ଡି୨୯୪ରୁ ୩୧ଟିରେ କେନ୍ଦ୍ର , ୯୨ଟି ଶୌଚାଳୟ ଓ ୧୦୨ଟିରେ ବିଦ୍ୟୁତ ସଂଯୋଗ, ରାଇଘର ୩୧୩ରୁ ୫୩ଟିରେ କେନ୍ଦ୍ର , ୧୩୬ଟି ଶୌଚାଳୟ ଓ ୮୯ଟିରେ ବିଦ୍ୟୁତ ସଂଯୋଗ, ତେନ୍ତୁଳିଖୁଣ୍ଟି ୨୦୪ରୁ ୫୭ଟିରେ କେନ୍ଦ୍ର ଏବଂ ଶୌଚାଳୟ ଓ ୬୨ଟିରେ ବିଦ୍ୟୁତ ସଂଯୋଗ ଓ ଉମରକୋଟ ୩୨୩ରୁ ୨୧ଟିରେ କେନ୍ଦ୍ର , ୧୦୫ଟି ଶୌଚାଳୟ ଓ ୫୭ଟିରେ ବିଦ୍ୟୁତ ସଂଯୋଗ ନାହିଁ। ଦୀର୍ଘ ବହୁ ବର୍ଷଧରି ଏହି ସମସ୍ୟା ଲାଗିରହିଥିବା ବେଳେ  ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ, ଦୁରଦୃଷ୍ଟି , କ୍ଷେତ୍ରପରିଦର୍ଶନ ଓ ସମୀକ୍ଷା ଅଭାବରୁ ଭିତ୍ତିଭୂମି ଦୋହଲି ଯାଇଛି।

ଦୁର୍ବଳ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ସମୀକ୍ଷା ବୈଠକ ଉପରେ ବୈଠକ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଦପାଣି ଓ ଡିଏସଡବ୍ଲୁ ରୋମା ପଟ୍ଟନାୟକଙ୍କୁ ନେଇ କରିଛନ୍ତି। ତଥାଫି ବିଭିନ୍ନ ବିଭାଗର ସମନ୍ବୟ ଅଭାବରୁ ଭିତ୍ତଭୂମିକୁ ସଜାଡିବାରେ ପ୍ରଶାସନ ବିଫଳ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button