ରାଜ୍ୟ

Long-term plan for floods: ବନ୍ୟା ପାଇଁ ହେବ ଦୀର୍ଘମିଆଦି ଯୋଜନା: ୨୩ ଜିଲ୍ଲା ପ୍ରଭାବିତ, ଭାଙ୍ଗିଛି ୩୫୬୭ ଘର, ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ

ବନ୍ୟାର କାରଣ ନେଇ ଜିଲ୍ଲାପାଳମାନେ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେବେ। ସେହି ଆଧାରରେ ବନ୍ୟା ମୁକାବିଲା ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ହେବ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।

ଭୁବନେଶ୍ବର: ବନ୍ୟାର କାରଣ ନେଇ ଜିଲ୍ଲାପାଳମାନେ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେବେ। ସେହି ଆଧାରରେ ବନ୍ୟା ମୁକାବିଲା ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ହେବ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ଆଜି ଲୋକସେବା ଭବନରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ ରାଜସ୍ବ ମନ୍ତ୍ରୀ ବୈଠକ କରିଥିଲେ। ଏଥିରେ ବନ୍ୟା ମୁକାବିଲା ବ୍ୟବସ୍ଥାର ବିସ୍ତୃତ ଆଲୋଚନା କରାଯାଇଥିଲା। ବନ୍ୟାର ପ୍ରଚ୍ଛଦ ପରିସ୍ଥିତି ଓ କାରଣ, ଚଳିତ ବର୍ଷ ଏକାସାଙ୍ଗରେ ଏକାଧିକ ନଦୀରେ ବନ୍ୟା ଆସିବା, ଜଳ ନିଷ୍କାସିତ ହେବାରେ ରହିଥିବା ସମସ୍ୟା, ଘେରି ବନ୍ଧର ଆବଶ୍ୟକତା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳମାନେ ସେମାନଙ୍କ ରିପୋର୍ଟରେ ଏସବୁ ତଥ୍ୟ ରଖିବାକୁ କୁହାଯାଇଛି।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଭାବିତ ଜିଲ୍ଲାମାନଙ୍କର ରିପୋର୍ଟ ଇତିମଧ୍ୟରେ ସରକାରଙ୍କ ହସ୍ତଗତ ହୋଇଛି। କିଛି ଜିଲ୍ଲାରେ ସମ୍ପୂର୍ଣ୍ଣ ରୂପେ ବନ୍ୟାଜଳ ପ୍ରଭାବ ହ୍ରାସ ହୋଇନଥିବାରୁ ପରିସ୍ଥିତିରେ ସୁଧାର ଆସିବା ପରେ ଯଥାଶୀଘ୍ର ସେହି ଜିଲ୍ଲାର ରିପୋର୍ଟ ପଠାଇବାକୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟାରେ ୨୩ ଜିଲ୍ଲା ଆଂଶିକ ବା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ହସ୍ତଗତ ରିପୋର୍ଟ ଅନୁଯାୟୀ, ୩୫୬୭ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୭,୨୯୭ ହେକ୍ଟର ଚାଷଜମି ନଷ୍ଟ ହୋଇଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଏହା ଅଧିକ ହୋଇପାରେ। ଜିଲ୍ଲାପାଳମାନେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ ସହ ବନ୍ୟା ମୁକାବିଲା ପାଇଁ ପ୍ରଦତ୍ତ ଆର୍ଥିକ ସହାୟତାରୁ ତ୍ୱରିତ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାହା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ଏହା ମଧ୍ୟରେ ୧୧୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button