Hanging Body: ହସ୍ପିଟାଲ୍ କ୍ବାର୍ଟରରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକଙ୍କୁ ପଚରାଉଚରା
ନୂଆପଡ଼ା ଜିଲ୍ଲା ଧରମବନ୍ଧା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ସେହି ହସ୍ପିଟାଲର ଏକ କ୍ବାର୍ଟରରୁ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିିତ ରାତିରେ ସେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ନୂଆପଡ଼ା( ଅଶ୍ୱିନୀ ପାଣିଗ୍ରାହୀ): ନୂଆପଡ଼ା ଜିଲ୍ଲା ଧରମବନ୍ଧା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ସେହି ହସ୍ପିଟାଲର ଏକ କ୍ବାର୍ଟରରୁ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିିତ ରାତିରେ ସେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିବା ଅଭିଯୋଗହୋଇଛି।
ପ୍ରେମ ସମ୍ପର୍କରୁ ଆତ୍ମହତ୍ୟା ସନ୍ଦେହ
ସୂଚନା ଅନୁଯାୟୀ, ଯୁବତୀ ଜଣକ କୋଦୋପାଲିର ବାସିନ୍ଦା। ତାଙ୍କ ନାମ ମମତା ମାଝୀ(୩୦)। ସେ ଅନେକ ଦିନରୁ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଯୁବକ ଜଣକ ମଧ୍ୟ ସେ କୋଦୋପାଲିର ବୋଲି କୁହାଯାଉଛି। ସେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲ l ଏହି ଆତ୍ମହତ୍ୟା ପ୍ରେମ ସମ୍ପର୍କରୁ ହୋଇଛି ବୋଲି ପୁଲିସ ସନ୍ଦେହ କରୁଛି ।
ଧରମବନ୍ଧା ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିବା ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ତାହା ଜଣାପଡିବା ପରେ ଘଟଣା ଜଣା ପଡିବ ପରେ ଖରିଆର ରୋଡକୁ ବଦଳି କରାଯାଇଥିଲା । ତେବେ ଶୁକ୍ରବାର ରାତିରେ ମୃତ ଆଟେଣ୍ଡାଣ୍ଟ ଏବଂ ଯୁବକଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଯାହା ଫଳରେ ଯୁବକ ଜଣଙ୍କ ହସ୍ପିଟାଲ ଛାଡି ଚାଲି ଯାଇଥିଲା । ଯୁବତୀ ଜଣଙ୍କ କୁଆଡେ ଆତ୍ମହତ୍ୟା କରିବା ନେଇ ଫୋନ୍ ଯୋଗେ ଯୁବକଙ୍କୁ କହିଥିଲେ । ପରେ ସେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗଛରେ ଝୁଲି ପଡିଥିଲେ ବୋଲି କୁହାଯାଉଛି । ତାଙ୍କ ଜୀବନ ରକ୍ଷା କରିବା ପାଇଁ ଯୁବକ ଜଣଙ୍କ ଚେଷ୍ଟା ମଧ୍ୟ କରିଥିଲେ ହେଲେ ବଞ୍ଚେଇ ପାରିନାହିଁ । ପରେ ଧରମବନ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଯୁବକଙ୍କୁ ଧରମବନ୍ଧା ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି । ଆତ୍ମହତ୍ୟାର କାରଣ କ‘ଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ଛାନଭିନ କରୁଛି । ମୃତ ଯୁବତୀଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି ।
ସୌଜନ୍ୟ ସମ୍ବାଦ




