ଦେଶ ବିଦେଶ

Haridwar: ‘ବୋଲ ବମ୍’ ସ୍ବରରେ କମ୍ପୁଛି ହରିଦ୍ୱାର, କାଉଡ଼ିଆଙ୍କ ସଂଖ୍ୟା ୪ କୋଟି ଅତିକ୍ରମ

ହର ହର ମହାଦେବ ଧ୍ୱନିରେ କମ୍ପୁଛି ହରିଦ୍ୱାର, ଭକ୍ତିର ସ୍ରୋତରେ ଭାସୁଛି ଧର୍ମନଗରୀ। କାଉଡିଆଙ୍କ ପ୍ରବଳ ଭିଡ଼ ଏବେ ସବୁ ରେକର୍ଡ ଭାଙ୍ଗିବା ଦିଗରେ। ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ, ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟରୁ ଲକ୍ଷ ଲକ୍ଷ ଶିବଭକ୍ତ ହରିଦ୍ୱାରରେ ପହଞ୍ଚୁଛନ୍ତି।

ନୂଆଦିଲ୍ଲୀ: ହର ହର ମହାଦେବ ଧ୍ୱନିରେ କମ୍ପୁଛି ହରିଦ୍ୱାର, ଭକ୍ତିର ସ୍ରୋତରେ ଭାସୁଛି ଧର୍ମନଗରୀ। କାଉଡିଆଙ୍କ ପ୍ରବଳ ଭିଡ଼ ଏବେ ସବୁ ରେକର୍ଡ ଭାଙ୍ଗିବା ଦିଗରେ। ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ, ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟରୁ ଲକ୍ଷ ଲକ୍ଷ ଶିବଭକ୍ତ ହରିଦ୍ୱାରରେ ପହଞ୍ଚୁଛନ୍ତି। କାଉଡ଼ିଆଙ୍କ ସମୁଦାୟ ସଂଖ୍ୟା ପ୍ରାୟ ୪ କୋଟି ଛୁଇଁଥିବା ବେଳେ, ଗତ ୨୪ ଘଣ୍ଟାରେ ୭୫ ଲକ୍ଷରୁ ଅଧିକ ଭକ୍ତ ଗଙ୍ଗାଜଳ ନେଇ ନିଜ ଗନ୍ତବ୍ୟ ଅଭିମୁଖେ ବାହାରିଛନ୍ତି ।

ଏପଟେ ଭକ୍ତଙ୍କ ସହ ଗାଡ଼ି ଓ ବାଇକ୍‌ର ସଂଖ୍ୟା ବଢ଼ିବାରୁ ବୈରାଗୀ କ୍ୟାମ୍ପ ଭଳି ବଡ଼ ପାର୍କିଂ ସ୍ଥଳଗୁଡ଼ିକ ପ୍ରାୟ ପୂର୍ଣ୍ଣ ହୋଇଯାଇଛି । ଫଳରେ ହରିଦ୍ୱାରରୁ ଲକ୍ସର ରୋଡ୍ ପର୍ଯ୍ୟନ୍ତ ଟ୍ରାଫିକ୍ ଚାପ ବଢ଼ିଛି । ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ମଧ୍ୟ ହାଇ ଆଲର୍ଟରେ ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button