ରାଜ୍ୟ

Dead Body: ଗତକାଲି ଘାଇ ମୁହଁରେ ଭାସିଯାଇଥିଲେ କଳାକାର, ଆଜି ମିଳିଲା ମୃତଦେହ

ଗତକାଲି ବନ୍ୟା ପାଣିରେ ଭାସିଯାଇଥିବା କଳାକାରଙ୍କର ଆଜି ମୃତଦେହ ମିଳିଛି | ମୃତକ ହେଲେ ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ପାଟଣା ଗ୍ରାମର ୫୫ ବର୍ଷୀୟ ମହେଶ୍ୱର ସୁତାର।

ଦଶରଥପୁର: ଗତକାଲି ବନ୍ୟା ପାଣିରେ ଭାସିଯାଇଥିବା କଳାକାରଙ୍କର ଆଜି ମୃତଦେହ ମିଳିଛି | ମୃତକ ହେଲେ ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ପାଟଣା ଗ୍ରାମର ୫୫ ବର୍ଷୀୟ ମହେଶ୍ୱର ସୁତାର। ସେ ଗତକାଲି ସକାଳ ୬. ୩୦ ସମୟରେ କାଣୀ ନଦୀ କୂଳକୁ ଶୌଚ ହେବାକୁ ଯାଇଥିବା ବେଳେ କୌଣସି କାରଣରୁ ଗୋଡ଼ ଖସିଯିବାରୁ ଭାସି ଯାଇଥିଲେ।

ଶୋକାକୁଳ ପରିବେଶ ସୃଷ୍ଟି

ଆଜି ସକଳେ ଘାଇର ସମ୍ମୁଖ ଗାଁ ଡୋଭାଵିଲ ଗ୍ରାମର ଏକ ନଡ଼ିଆ ଗଛରେ ଲାଗିଥିବା ଲୋକେ ଦେଖିଥିଲେ। ତାଙ୍କ ମୃତ ଶରୀରକୁ ଉଦ୍ଧାର କରି ଉଚ୍ଚା ସ୍ଥାନକୁ ଅଣାଯାଇଛି। ସ୍ଥାନୀୟ ଲୋକେ ମୃତ ଶରୀରକୁ ଦେଖିବାକୁ ଭିଡ଼ ଲାଗିଥିବାବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।    ଦଶରଥପୁର ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଆରମ୍ଭ ହୋଇଥିଲେ ଗତକାଲି ତାଙ୍କର କୌଣସି ପତ୍ତା ମିଳିନଥିଲା।

ବୈତରଣୀ ନଦୀ ଶାଖା କାଣୀ ନଦୀରେ ପୁଣି ଜଳସ୍ତର ବଢ଼ିବା ଯୋଗୁ ପୁଣି ଦଶରଥପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଘାଇ ହୋଇଥିବା ସ୍ଥାନ ତରପଦା ପଞ୍ଚାୟତ ଡୋଭାଵିଲ – ପାଟଣା ଠାରେ ନିର୍ମାଣଧୀନ ମରାମତି ହେଉଥିବା ଘାଇ ସ୍ଥାନର ୪ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବେଶ କରିବା ସହ ପ୍ରାୟ ମରାମତି ସ୍ଥାନ ୫୦ ଫୁଟ ଭାଙ୍ଗିଦେଲାଣି।

ମହେଶ୍ୱର ସୁତାର ଜଣେ ଏହି ଅଞ୍ଚଳର ଜଣାଶୁଣା କଳାକାର (ମୃଦଙ୍ଗ ବାଦକ) ଭାବେ ପରିଚିତ ଥିଲେ। ତାଙ୍କର ୪ ଝିଅ, ୧ ପୁଅ ରହିଥିବା ବେଳେ ଜଣେ ଝିଅ ବିବାହିତ ହୋଇଛନ୍ତି। ସ୍ତ୍ରୀ ସ୍ଵର୍ଣ୍ଣଲତା ସୁତାର ଝିଅମାନଙ୍କୁ ଧରି ଅସହାୟତା ଅନୁଭବ କରି କାନ୍ଦ ବୋବାଳି କରୁଥିବା ଦେଖାଯାଇଛି। ବଡ଼ ଭାଇ ଦୈତାରୀ ସୁତାର ଏବଂ ଅଂଚଳବାସୀ ତାଙ୍କ ପରିବାରକୁ ତୁରନ୍ତ ସମସ୍ତ ସରକାରୀ ସହାୟତା ପ୍ରଦାନ କରନ୍ତୁ ବୋଲି କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button