ରାଜ୍ୟ

Dead Body: ଦୁଧେଇ ନଦୀରୁ ମହିଳାଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ରଂପା ପଞ୍ଚାୟତର ଦୁଧେଇ ନଦୀରୁ ସୋମବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ବେଳେ ବରୀ ପୁଲିସ ଉଦ୍ଧାର କରିଛି। ମୃତା ହେଲେ ନଦୀବନ୍ଧ ପାର୍ଶ୍ବରେ ଥିବା ଏକ ଶବର ବସ୍ତିର ନାଲୁ ଦାସଙ୍କ ସ୍ତ୍ରୀ ଗୀତା ଦାସ।

ବରୀ: ରଂପା ପଞ୍ଚାୟତର ଦୁଧେଇ ନଦୀରୁ ସୋମବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ବେଳେ ବରୀ ପୁଲିସ ଉଦ୍ଧାର କରିଛି। ନଦୀବନ୍ଧ ପାର୍ଶ୍ବରେ ଥିବା ଏକ ଶବର ବସ୍ତିର ନାଲୁ ଦାସଙ୍କ ସ୍ତ୍ରୀ  ଗୀତା ଦାସ(୪୦)ଙ୍କ ମୃତଦେହ ବୋଲି ଚିହ୍ନଟ କରିଛନ୍ତି ପରିବାର ଲୋକେ।

ଅପମୃତ୍ୟୁ ମାମଲା ରୁଜୁ

ଗତକାଲି ସଂଧ୍ୟା ପର୍ଯ୍ୟନ୍ତ ଗୀତା ନଦୀବନ୍ଧରେ ବସି ଫୋନରେ କଥା ହେଉଥିବା ଗାଁ ଲୋକମାନେ ଦେଖିଥିଲେ। ମାତ୍ର ରାତିକୁ ଗୀତା ଘରକୁ ଫେରିନଥିବାରୁ ପରିବାର ଲୋକେ ତାକୁ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା। ସୋମବାର ସକାଳେ ତାଙ୍କର ମୃତଦେହ ପାଣିରେ ଭାସୁଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ବରୀ ପୁଲିସ ପହଞ୍ଚି ଶବ ଉଦ୍ଧାର କରି  ୨୨/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇଥିଲା ବେଳେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକମାନେ ଅଭିଯୋଗ କରିଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା  ଜଣାପଡ଼ିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button