ଦେଶ ବିଦେଶ

Rahul Gandhi: ଅମିତ ଶାହଙ୍କ ପ୍ରତି ରାହୁଲଙ୍କ କଟାକ୍ଷ: ‘ଅବାସ୍ତବ ଆଲୋଚନାରେ ଆମର ଆଗ୍ରହ ନାହିଁ’

ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସଂସଦରେ ଜାରି ରହିଥିବା ଅଚଳାବସ୍ଥା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହ ଛାତ୍ର ପ୍ରସଙ୍ଗରେ ଆଲୋଚନାର ଉତ୍ତର ଦେବେ ବୋଲି କୁହାଯିବା ପରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ କଟାକ୍ଷ କରିଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସଂସଦରେ ଜାରି ରହିଥିବା ଅଚଳାବସ୍ଥା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହ ଛାତ୍ର ପ୍ରସଙ୍ଗରେ ଆଲୋଚନାର ଉତ୍ତର ଦେବେ ବୋଲି କୁହାଯିବା ପରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ‘ଅବାସ୍ତବ ଆଲୋଚନାରେ ଆମର ଆଗ୍ରହ ନାହିଁ।’ ତାଙ୍କ ଦାବି ହେଉଛି, ସାଧାରଣ ଛାତ୍ର ପ୍ରସଙ୍ଗ ଉପରେ ଆଲୋଚନା ନୁହେଁ, ଜୁନ୍‌ ୨୦ରେ ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଙ୍କ ବିରୋଧରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନକୁ କିଏ ଅନୁମତି ଦେଇଥିଲେ, ତାହାର ସିଧାସଳଖ ଉତ୍ତର ଦରକାର।

ଜୁନ୍‌ ୨୦ରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ବ୍ୟାନର୍‌ରେ ଛାତ୍ରମାନେ ଦିଲ୍ଲୀରେ ପ୍ରତିବାଦ କରିଥିଲେ। ଏହି ସମୟରେ ଦିଲ୍ଲୀ ପୁଲିସ ଅତ୍ୟଧିକ ବଳ ପ୍ରୟୋଗ କରିଥିବା ଏବଂ ପେଲେଟ୍‌ ଗନ୍‌ ବ୍ୟବହାର ହୋଇଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଛି। ରାହୁଲ ଗାନ୍ଧୀ ଏହି କାର୍ଯ୍ୟାନୁଷ୍ଠାନ ଅମିତ ଶାହଙ୍କ ନିର୍ଦ୍ଦେଶରେ ହୋଇଥିବା ଅଭିଯୋଗ କରିଆସୁଛନ୍ତି। ତେବେ ସରକାର ଏହି ଅଭିଯୋଗକୁ ସ୍ବୀକାର କରିନାହାନ୍ତି। ରାହୁଲ କହିଛନ୍ତି, ଘଟଣାର ୧୫ ଦିନ ପରେ ମଧ୍ୟ ସରକାର ନିଜ ଉତ୍ତରଦାୟିତ୍ବ ସ୍ବୀକାର କରିନାହାନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଭୂମିକା ଏବଂ ଉତ୍ତରଦାୟିତ୍ବକୁ ନେଇ ସେ ପ୍ରଶ୍ନ କରିଛନ୍ତି।

ଏହା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ, ଛାତ୍ରମାନଙ୍କ ସମ୍ପର୍କିତ ସମସ୍ତ ପ୍ରସଙ୍ଗରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଏବଂ ବିରୋଧୀ ଦଳ ଉଠାଇବାକୁ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦିଆଯିବ। ଗୃହମନ୍ତ୍ରୀ ଅମିତ ଶାହ ଏହାର ଉତ୍ତର ଦେବେ ବୋଲି ସେ କହିଥିଲେ। ଆଲୋଚନା ସମୟରେ ବିରୋଧୀ ସାଂସଦମାନେ ଗୃହରେ ବାଧା ସୃଷ୍ଟି ନକରି ସରକାରଙ୍କ ଉତ୍ତର ଶୁଣନ୍ତୁ ବୋଲି ରିଜିଜୁ ଅନୁରୋଧ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button