ବଡ଼ଧରଣର ଲୁଟ୍, ଘରେ ପଶି ନେଇଗଲେ ୬୦ ଲକ୍ଷର ସୁନାଗହଣା ସହ ନଗଦ ୮ ଲକ୍ଷ ଟଙ୍କା

ଦିଗପହଣ୍ଡି ୧୧।୦୮ : ବଡ଼ଧରଣର ଲୁଟ୍ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରୁ ହୋଇଛି ଭୟଙ୍କର ଲୁଟ୍ । ଘରୁ ୬୦ ଲକ୍ଷ ଟଙ୍କାର ଅଳଙ୍କାର ସହ ନଗଦ ୮ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ଛାନ୍ଭିନ୍ ।
ଖବର ଅନୁଯାୟୀ, ଘର ତାଲା ଭାଙ୍ଗି ୬୦ ଲକ୍ଷ ଟଙ୍କାର ଅଳଙ୍କାର ସହ ନଗଦ ୮ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା। ଦିଗପହଣ୍ଡି ଅଞ୍ଚଳର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ସାହୁଙ୍କ ଘରୁ ଲୁଟେରାମାନେ ଲୁଟ୍ କରିଛନ୍ତି। ତାଲା ଭାଙ୍ଗି ଦୁର୍ବୃତ୍ତମାନେ ପ୍ରାୟ ୩୦ ଭରି ସୁନା ଅଳଙ୍କାର, ୫୦ ଭରି ରୂପା ଅଳଙ୍କାର , ନଗଦ ୮ ଲକ୍ଷ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି ।
ସେପଟେ ଲୁଟ୍ ସଂପର୍କରେ ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ବ୍ରହ୍ମପୁର ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାର୍ଡ ପହଞ୍ଚି ମଧ୍ୟ ତଦନ୍ତ ଚଳାଇଛନ୍ତି। କିପରି ଭାବେ ଏତେ ବଡ଼ଧରଣର ଲୁଟ୍ ହୋଇଛି । ସେନେଇ ଚାଲିଛି ଛାନ୍ଭିନ୍ ।
ସୌଜନ୍ୟ ପ୍ରମେୟ


