ଦେଶ ବିଦେଶ
ବାବ୍ ଏଲ ମାନ୍ଦେବ୍ ଷ୍ଟ୍ରେଟ୍ରେ ଜାହାଜ ଉପରେ ଆକ୍ରମଣ; ୩ କ୍ରୁ ସଦସ୍ୟଙ୍କ ମୃତ୍ୟୁ
ତେବେ ହୁଥିମାନେ ଏଯାବତ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ଅନ୍ୟପକ୍ଷେ ୟେମେନ୍ ସୂତ୍ର ଅନୁସାରେ, ଓମାନର ସାଲାଲାହରୁ ଜିବୁଟି ଦେଇ ଯାଉଥିବା ଏହି ଜାହାଜରେ ଥିବା ଦୁଇ ଜଣ ପାକିସ୍ତାନୀ ଏବଂ ଜଣେ ଇଣ୍ଡୋନେସୀୟ ନାଗରିକ ନିହତ ହୋଇଛନ୍ତି ।

ତେହରାନ : ୟେମେନର ଇରାନ-ସମର୍ଥିତ ହୁଥି ବିଦ୍ରୋହୀମାନେ ବାବ୍ ଏଲ୍-ମାନ୍ଦେବ ଷ୍ଟ୍ରେଟ୍ରେ ଏକ ଡେକ୍ କାର୍ଗୋ ଜାହାଜ ଉପରେ ଆକ୍ରମଣ କରିବା ଫଳରେ ଅତି କମ୍ରେ ୩ ଜଣ କ୍ରୁ ସଦସ୍ୟ ନିହତ ହୋଇଛନ୍ତି । ୟେମେନ ତଟରକ୍ଷିବାହିନୀର ଦୁଇଟି ସୂତ୍ର ଏବଂ ଦୁଇ ଜଣ ସାମରିକ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।
ତେବେ ହୁଥିମାନେ ଏଯାବତ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ଅନ୍ୟପକ୍ଷେ ୟେମେନ୍ ସୂତ୍ର ଅନୁସାରେ, ଓମାନର ସାଲାଲାହରୁ ଜିବୁଟି ଦେଇ ଯାଉଥିବା ଏହି ଜାହାଜରେ ଥିବା ଦୁଇ ଜଣ ପାକିସ୍ତାନୀ ଏବଂ ଜଣେ ଇଣ୍ଡୋନେସୀୟ ନାଗରିକ ନିହତ ହୋଇଛନ୍ତି । ଯଦି ତେବେ ତାଞ୍ଜାନିଆ ପତାକା ବହନ କରୁଥିବା ତିହାମାହ ଜାହାଜ ଉପରେ ଏହି ଆକ୍ରମଣ ମଧ୍ୟପ୍ରାଚ୍ୟ ସଂଘର୍ଷ ଆରମ୍ଭ ହେବା ପରଠାରୁ ହୁଥିମାନଙ୍କ ଦ୍ବାରା ପ୍ରଥମ ଆକ୍ରମଣ ହେବ ।
ସୌଜନ୍ୟ ସମ୍ବାଦ




