ଦେଶ ବିଦେଶ

US Election: ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଆମେରିକାରେ ରାଜନୈତିକ ଭୂମିକମ୍ପ: ଇରାନ ଯୁଦ୍ଧର ଦୋଷ ପ୍ରତିରକ୍ଷା ସଚିବଙ୍କ ମୁଣ୍ଡରେ ଲଦିଲେ ରିପବ୍ଲିକାନ ସଦସ୍ୟ

ଯେତେବେଳେ କ୍ଷମତାର ସନ୍ତୁଳନ ବଦଳିଯାଏ ସେତେବେଳେ ପୁରୁଣା ହିସାବ ପ୍ରଥମେ ପରିଶୋଧ ହୋଇଥାଏ। ଏଭଳି ସ୍ଥିତି ଆମେରିକାରେ ମଧ୍ୟ ଘଟୁଛି। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ​​ଡେମୋକ୍ରାଟିକ୍ ପାର୍ଟିର ବିଶାଳ ବିଜୟ ୱାସିଂଟନରେ ଏକ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି।

ୱାସିଂଟନ: ଯେତେବେଳେ କ୍ଷମତାର ସନ୍ତୁଳନ ବଦଳିଯାଏ ସେତେବେଳେ ପୁରୁଣା ହିସାବ ପ୍ରଥମେ ପରିଶୋଧ ହୋଇଥାଏ। ଏଭଳି ସ୍ଥିତି ଆମେରିକାରେ ମଧ୍ୟ ଘଟୁଛି। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ​​ଡେମୋକ୍ରାଟିକ୍ ପାର୍ଟିର ବିଶାଳ ବିଜୟ ୱାସିଂଟନରେ ଏକ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି। ଏହି ରାଜନୈତିକ ଭୂମିକମ୍ପ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ତଥା ସରକାରରେ ସେନାପତି କୁହାଯାଉଥିବା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍‌ଙ୍କ ନିଦ ହଜାଇ ଦେଇଛି। ସେ କ୍ଷମତାରୁ ଯିବା ପ୍ରାୟ ନିଶ୍ଚିତ।

ଇରାନ ବିରୋଧରେ ବେଆଇନ ଭାବରେ ଯୁଦ୍ଧ ଜାରି ରଖିବା ଏବଂ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ ପାର୍ଟିର ପରାଜୟରେ ପରେ ଦଳୀୟ ସାଂସଦମାନେ ଏବେ ହେଗସେଥ୍‌ଙ୍କ ବିରୋଧରେ ମହାଭିଯୋଗର ଫାଶ ପକାଇବା ଆରମ୍ଭ କରିଛନ୍ତି। ଅଣ୍ଟିଛୁରୀ ତଣ୍ଟି କାଟିବା ପରି ପିଟ୍ ହେଗସେଥଙ୍କୁ ଏବେ ତାଙ୍କ ନିଜ ଲୋକେ କ୍ଷମତାଚ୍ୟୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି।। ଇରାନ ବିରୋଧରେ ଯୁଦ୍ଧ ଟ୍ରମ୍ପ ପ୍ରଶାସନର ସବୁଠାରୁ ବଡ଼ ଭୁଲ୍ ବୋଲି ପ୍ରମାଣିତ ହୋଇଛି। ଏବେ ଦଳୀୟ ସଦସ୍ୟ ହେଗସେଥ୍‌ଙ୍କ ମୁଣ୍ଡରେ ଦୋଷ ଲଦିଛନ୍ତି।

ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ
ଆମେରିକାନ୍ ହାଉସ୍‌ରେ ରିପବ୍ଲିକାନ ନେତାମାନେ ନିଜ ଦଳର ପ୍ରତିରକ୍ଷା ସଚିବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ରିପବ୍ଲିକାନ କଂଗ୍ରେସମ୍ୟାନ ଥମାସ ମାସି ଅଭିଯୋଗ କରିଛନ୍ତି ଯେ, ହେଗସେଥ୍ କଂଗ୍ରେସକୁ ଅବମାନନା କରି ବେଆଇନ ଭାବରେ ଇରାନ ଯୁଦ୍ଧ ଜାରି ରଖିଛନ୍ତି। ଫଳରେ ଇରାନ ଯୁଦ୍ଧ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ​​ରିପବ୍ଲିକାନ୍‌ର ପରାଜୟର ଏକ ପ୍ରମୁଖ କାରଣ ପାଲଟିଥିଲା।

ଟ୍ରମ୍ପଙ୍କ ଉପରେ ଚାପ
କଂଗ୍ରେସର ଅନୁମୋଦନ ବିନା ୯୦ ଦିନରୁ ଅଧିକ ସମୟ ପାଇଁ ଇରାନରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଚିବ ହେଗସେଥ୍ ଆଇନ ଭଙ୍ଗ କରିଛନ୍ତି ଏବଂ ଏନେଇ ତାଙ୍କୁ ଉତ୍ତରଦାୟୀ କରାଯିବା ଉଚିତ୍। ଡେମୋକ୍ରାଟମାନେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ହେଗସେଥ୍‌ଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ଟ୍ରମ୍ପଙ୍କ ଉପରେ ଚାପ ପକାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button