ଦେଶ ବିଦେଶ

Rahul Gandhi : ରାହୁଲ ଗାନ୍ଧୀଙ୍କ ଛୁଟି କଟାଇବା ଫଟୋ ସେୟାରକୁ ନେଇ ବିବାଦ; ବିଜେପି-କଂଗ୍ରେସ ମଧ୍ୟରେ ତୀବ୍ର ରାଜନୈତିକ ବିବାଦ

ଗିରିରାଜ ଏହି ଫଟୋ ସେୟାର କରି ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ‘ରାହୁଲ ଜୀ, ଏହି ଫଟୋଟି କେଉଁଠାରେ ନିଆଯାଇଛି, କେବେ ନିଆଯାଇଛି ଏବଂ ଆପଣଙ୍କ ସହ ଏହି ଫଟୋରେ ଥିବା ବ୍ୟକ୍ତିମାନେ କିଏ ? ଏହା ଜାଣିବା ପାଇଁ ମୋର ଉତ୍କଣ୍ଠା ରହିଛି ।’

ନୂଆଦିଲ୍ଲୀ : ରାଜନୀତିରେ ଜଣେ ପ୍ରମୁଖ ନେତାଙ୍କ ବ୍ୟକ୍ତିଗତ ମୁହୂର୍ତ୍ତ କେବେ ବି ଗୋପନୀୟ ହୋଇ ରହିନଥାଏ, ଯାହା ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜଣେ ମହିଳା ଏବଂ ଶିଶୁଙ୍କ ସହ ଡଙ୍ଗାରେ ବସି ଛୁଟି କଟାଉଥିବାର ଏକ ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଦ୍ୱାରା ପୋଷ୍ଟ କରାଯିବା ପରେ ଏକ ନୂଆ ରାଜନୈତିକ ବିବାଦ ସୃଷ୍ଟି ହୋଇଛି ।

ଗିରିରାଜ ଏହି ଫଟୋ ସେୟାର କରି ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ‘ରାହୁଲ ଜୀ, ଏହି ଫଟୋଟି କେଉଁଠାରେ ନିଆଯାଇଛି, କେବେ ନିଆଯାଇଛି ଏବଂ ଆପଣଙ୍କ ସହ ଏହି ଫଟୋରେ ଥିବା ବ୍ୟକ୍ତିମାନେ କିଏ ? ଏହା ଜାଣିବା ପାଇଁ ମୋର ଉତ୍କଣ୍ଠା ରହିଛି ।’ ଗିରିରାଜ ସିଂହଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବିଜେପି ଓ କଂଗ୍ରେସ ନେତାମାନେ ମୁହାଁମୁହିଁ ହୋଇଛନ୍ତି ।

ଏହି ଭାଇରାଲ ଫଟୋରେ ରାହୁଲ ଗାନ୍ଧୀ ଅତି ଆରାମଦାୟକ ଶୈଳୀରେ ଜଣେ ମହିଳା, ଯିଏ ମୁଣ୍ଡରେ ସ୍କାର୍ଫ ଓ ଆଖିରେ କଳା ଚଷମା ପିନ୍ଧିଛନ୍ତି, ଏବଂ ଜଣେ ଶିଶୁଙ୍କ ସହ ଏକ ଡଙ୍ଗାରେ ବସିଥିବା ଦେଖାଯାଉଛି । ନୀଳ ରଙ୍ଗର ପୋଷାକ ପିନ୍ଧିଥିବା ସେହି ଶିଶୁଟି ରାହୁଲ ଗାନ୍ଧୀ ଏବଂ ମହିଳାଙ୍କ ମଧ୍ୟଭାଗରେ ବସିଛି । ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିବା ପରେ କଂଗ୍ରେସ ଦଳ ପକ୍ଷରୁ ତୁରନ୍ତ ଏହାର ସ୍ପଷ୍ଟୀକରଣ ଦିଆଯାଇଛି । କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ କଡ଼ା ଭାଷାରେ ସମାଲୋଚନା କରି କହିଛନ୍ତି ଯେ, ‘ଫଟୋରେ ଦେଖାଯାଉଥିବା ମହିଳା ଏବଂ ଶିଶୁ ଜଣକ ହେଉଛନ୍ତି ରାହୁଲ ଗାନ୍ଧୀଙ୍କ ଜଣେ ବନ୍ଧୁଙ୍କ ପତ୍ନୀ ଏବଂ ପୁତ୍ର । ସେମାନେ ଏକାଠି ଏକ ପାରିବାରିକ ଛୁଟି କଟାଇବା ପାଇଁ ଯାଇଥିଲେ ଏବଂ ସେହି ସମୟରେ ବନ୍ଧୁ ଜଣକ ଫଟୋରେ ଉପସ୍ଥିତ ନାହାନ୍ତି । ଆପଣ ଜଣେ ସଂକୁଚିତ ମାନସିକତା ସମ୍ପନ୍ନ ବ୍ୟକ୍ତି, ଯିଏ ଜଣେ ମହିଳା ଏବଂ ପୁରୁଷଙ୍କୁ ଏକାଠି ଦେଖିଲେ କେବଳ ଖରାପ ଚିନ୍ତାଧାରା ହିଁ ରଖିପାରନ୍ତି ।

ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ମାତ୍ର କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ନିଜର ବିଦେଶ ଗସ୍ତ ସାରି ଭାରତ ଫେରିଥିଲେ । ଗତ ମାସରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଟ୍ୱିଟ୍ କରି କହିଥିଲେ ଯେ, ‘ଜୁନ୍ ୨୨ରୁ ଜୁଲାଇ ୧୩ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ସମ୍ପୂର୍ଣ୍ଣ ରହସ୍ୟଘେରରେ ରହିଛି । ସେ କେଉଁଠାକୁ ଯାଇଥିଲେ ? କାହାକୁ ଭେଟିଲେ ? ଏବଂ ତାଙ୍କର ଏହି ଭ୍ରମଣ ଓ ରହିବା ଖର୍ଚ୍ଚ କିଏ ବହନ କରିଥିଲା ?’

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button