ରାଜ୍ୟ

Today is World Elephant Day: ଆଜି ବିଶ୍ବ ହସ୍ତୀ ଦିବସ: ହାତୀଙ୍କ ପାଇଁ ଜାଗା ନାହିଁ, ଜଙ୍ଗଲରେ ରହିପାରିବେ ୧୮୦୦, ଅଛନ୍ତି ୨୧୦୦

୨୦୨୪ ମସିହା ଗ୍ରୀଷ୍ମ ଋତୁ ହାତୀ ଗଣନାରେ ଓଡ଼ିଶାରେ ୨,୦୯୮ଟି ହାତୀ ଚିହ୍ନଟ ହୋଇଥିଲେ। ଶୀତ ଋତୁ ଗଣନାରେ ଏହି ସଂଖ୍ୟା ୨,୧୦୩ରେ ପହଞ୍ଚିଥିଲା। ଯେଉଁଥିରୁ ଜଣାପଡ଼ିଥିଲା ଯେ ରାଜ୍ୟରେ ହାତୀଙ୍କ ସଂଖ୍ୟା ସ୍ଥିର ରହିଛି।

ଭୁବନେଶ୍ବର: ୨୦୨୪ ମସିହା ଗ୍ରୀଷ୍ମ ଋତୁ ହାତୀ ଗଣନାରେ ଓଡ଼ିଶାରେ ୨,୦୯୮ଟି ହାତୀ ଚିହ୍ନଟ ହୋଇଥିଲେ। ଶୀତ ଋତୁ ଗଣନାରେ ଏହି ସଂଖ୍ୟା ୨,୧୦୩ରେ ପହଞ୍ଚିଥିଲା। ଯେଉଁଥିରୁ ଜଣାପଡ଼ିଥିଲା ଯେ ରାଜ୍ୟରେ ହାତୀଙ୍କ ସଂଖ୍ୟା ସ୍ଥିର ରହିଛି। ତେବେ ବୈଜ୍ଞାନିକ ଅଧ୍ୟୟନ କହୁଛି, ଓଡ଼ିଶାର ଜଙ୍ଗଲରେ ଅତି ବେଶିରେ ୧୭୦୦ରୁ ୧୮୦୦ ହାତୀ ରହିବାର କ୍ଷମତା ରହିଛି। ଏଥିରୁ ସ୍ପଷ୍ଟ ଯେ ଓଡ଼ିଶାରେ ହାତୀଙ୍କ ରହିବା ପାଇଁ ପର୍ଯ୍ୟାପ୍ତ ଜାଗା ନାହିଁ ଏବଂ ହାତୀ ଜନବସତିମୁହାଁ ହେଉଛନ୍ତି। ମଣିଷ-ହାତୀ ଲଢ଼େଇ ମଧ୍ୟ ଏବେ ଶୀର୍ଷରେ ପହଞ୍ଚିଲାଣି। ୨୦୨୦ରୁ ୨୦୨୬ ମଧ୍ୟରେ ରାଜ୍ୟରେ ୯୦୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୧୩ଟି ହାତୀଙ୍କର ଜୀବନ ଯାଇଛି।

ତାହାକୁ ନଜରରେ ରଖି ହାତୀ ସଂଖ୍ୟାକୁ ପରିବେଶଗତ ସନ୍ତୁଳନ ମଧ୍ୟରେ ରଖିବା ସହ ମଣିଷ-ହାତୀ ସଂଘର୍ଷକୁ ହ୍ରାସ କରିବା ଉଦ୍ଦେଶ୍ୟରେ ପରିଚାଳନା ନୀତି ପ୍ରସ୍ତୁତ ହୋଇଛି। ମୟୂରଭଞ୍ଜ, ମହାନଦୀ ଓ ସମ୍ବଲପୁରରେ ତିନୋଟି ହାତୀ ସଂରକ୍ଷିତ ଅଞ୍ଚଳ ଅଧିସୂଚିତ ହୋଇଥିବାବେଳେ ୧୧ଟି ପ୍ରମୁଖ ହାତୀ କରିଡର୍‌କୁ ସୁରକ୍ଷା ଦିଆଯାଉଛି। ବିଦ୍ୟୁତ୍‌ ଆଘାତରେ ସର୍ବାଧିକ ହାତୀଙ୍କ ମୃତ୍ୟୁ ହେଉଥିବାରୁ ପ୍ରତିରୋଧଯୋଗ୍ୟ କାରଣ ଚିହ୍ନଟ କରାଯାଇ ବିଦ୍ୟୁତ୍‌ ଭିତ୍ତିଭୂମିର ଆଧୁନିକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ଏଥିସହ ଲୋକଙ୍କ ପ୍ରାଣହାନି କ୍ଷେତ୍ରରେ କ୍ଷତିପୂରଣ ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସତ୍ତ୍ବେ ପ୍ରତିଦିନ ରାଜ୍ୟର କେଉଁଠି କେଉଁଠି ହାତୀ-ମଣିଷ ଲଢ଼େଇର ଚିତ୍ର ସାମନାକୁ ଆସିବା  ବର୍ତ୍ତମାନ ବଡ଼ ଆହ୍ୱାନ ହୋଇଛି।

ଜଙ୍ଗଲରେ ରହିପାରିବେ ୧୮୦୦, ଅଛନ୍ତି ୨୧୦୦
୬ ବର୍ଷରେ ୯୦୬ ମଣିଷ, ୫୧୩ ହାତୀଙ୍କ ଜୀବନ ଗଲାଣି

ଓଡ଼ିଶାର ୨୫ଟି ଜିଲ୍ଲାରେ ହାତୀଙ୍କ ଉପସ୍ଥିତି ଅଛି, ଯାହାକୁ ରାଜ୍ୟର ଜୈବ ବିବିଧତା ସଂରକ୍ଷଣରେ ଅଗ୍ରାଧିକାର ଦିଆଯାଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶା ସରକାର ହାତୀ ସଂରକ୍ଷଣ ଓ ପରିଚାଳନା ପାଇଁ ବ୍ୟାପକ ନୀତିଗତ ଢାଞ୍ଚା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାରେ ହାତୀ ବାସସ୍ଥଳୀକୁ ୪ଟି ପରିଚାଳନା କ୍ଷେତ୍ରରେ ବିଭକ୍ତ କରାଯାଇ ବିଜ୍ଞାନଭିତ୍ତିକ, ପ୍ରଯୁକ୍ତିସମର୍ଥିତ ଓ ସମୁଦାୟକେନ୍ଦ୍ରିକ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ମାଧ୍ୟମରେ ମଣିଷ-ହାତୀ ସହାବସ୍ଥାନକୁ ସୁଦୃଢ଼, ସଂଘର୍ଷ ହ୍ରାସ, ହାତୀ ସଂରକ୍ଷଣ ଏବଂ ଦୀର୍ଘମିଆଦୀ ସୂତ୍ରରେ ପାରିପାର୍ଶ୍ବିକ ସ୍ଥାୟିତ୍ୱକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button