ରାଜ୍ୟ

Cyber Safety Awareness: ଶିକ୍ଷାନୁଷ୍ଠାନରେ ‘ସୁରକ୍ଷିତ ଡିଜିଟାଲ ଜୀବନ’ର ଗୁରୁମନ୍ତ୍ର ଦେଲା ପୁଲିସ

ଡିଜିଟାଲ ଯୁଗରେ ମୋବାଇଲ ଓ ଇଣ୍ଟରନେଟ୍ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଅନଲାଇନ୍ ଶିକ୍ଷାଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଡିଜିଟାଲ ମାଧ୍ୟମର ବ୍ୟବହାର ବଢ଼ୁଥିବା ବେଳେ...

ବୈଶିଙ୍ଗା (ଦୀପକ କୁମାର ସିଂହ):ଡିଜିଟାଲ ଯୁଗରେ ମୋବାଇଲ ଓ ଇଣ୍ଟରନେଟ୍ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଅନଲାଇନ୍ ଶିକ୍ଷାଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଡିଜିଟାଲ ମାଧ୍ୟମର ବ୍ୟବହାର ବଢ଼ୁଥିବା ବେଳେ ଏହା ସହିତ ସାଇବର ଠକେଇ, ବ୍ୟକ୍ତିଗତ ତଥ୍ୟ ଚୋରି, ଅନଲାଇନ୍ ଧମକ ଓ ବିଭିନ୍ନ ପ୍ରକାରର ସାଇବର ଅପରାଧର ଆଶଙ୍କା ମଧ୍ୟ ବଢ଼ିଛି। ଏଭଳି ସମୟରେ ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରିବା ଦିଗରେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ପୁଲିସର ପଦକ୍ଷେପ ଗୁରୁତ୍ୱ ବହନ କରିଛି।

ବୈଶିଙ୍ଗା ଥାନା ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସାଇବର ଅପରାଧ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମହାତ୍ମାଗାନ୍ଧୀ କଲେଜ, କଳମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଡ଼ଦେଉଳିଆ ହାଇସ୍କୁଲ, ମୁନିଲାଲ ହାଇସ୍କୁଲ, ବୈଶିଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୈଶିଙ୍ଗା ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ବୈଶିଙ୍ଗା ଥାନାର ଥାନାଧିକାରୀ ବାରିଣୀ ଦାସ ଓ ଏଏସଆଇ ପ୍ରଦୀପ ଦେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ। ଅଜଣା ଲିଙ୍କରେ କ୍ଲିକ୍ ନକରିବା, ଅପରିଚିତ ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ତଥ୍ୟ ଆଦାନପ୍ରଦାନ ନକରିବା, ଅନଲାଇନ୍ ଠକେଇରୁ ସତର୍କ ରହିବା ଏବଂ ସୋସିଆଲ ମିଡିଆରେ ସଚେତନ ଭାବେ ତଥ୍ୟ ପ୍ରକାଶ କରିବା ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button