Attack: କ୍ରିକେଟ ଖେଳକୁ ନେଇ ଆକ୍ରମଣ, ରେଳବାଇ କର୍ମଚାରୀ ଗୁରୁତର
କ୍ରିକେଟ ଖେଳକୁ ନେଇ ଦୁଇ ଗୋଷ୍ଠୀ ବାକ ବିତଣ୍ଡା ହୋଇ ଜଣଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛିI ଆକ୍ରମଣରେ ଜଣେ ରେଳବାଇ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡିଛି I ଗୁରୁତର ଆହତ ହୋଇଥିବା ଜଣଙ୍କ ହେଲେ ଏସ ଉଦୟ କୁମାର I

ରାୟଗଡ଼ା: କ୍ରିକେଟ ଖେଳକୁ ନେଇ ଦୁଇ ଗୋଷ୍ଠୀବାକ ବିତଣ୍ଡା ହୋଇ ଜଣଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛିI ଆକ୍ରମଣରେ ଜଣେ ରେଳବାଇ କର୍ମଚାରୀ ଗୁରୁତରହୋଇଥିବା ଜଣାପଡିଛି I ଗୁରୁତର ଆହତ ହୋଇଥିବା ଜଣଙ୍କ ହେଲେ ଏସ ଉଦୟ କୁମାର I ଏନେଇ ଉଦୟ କୁମାରଙ୍କ ପତ୍ନୀ ଏସ ସୁଧା ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I
ଖେଳକୁ ନେଇ ଯୁକ୍ତିତର୍କ ହୋଇଥିଲା
ଶ୍ରୀମତୀ ସୁଧା ନିଜ ଅଭିଯୋଗରେ ଉଲ୍ଲେଖ କରି କହିଛନ୍ତି ଯେ ରେଳବାଇ ପଡ଼ିଆରେ କ୍ରିକେଟ ଖେଳିବା ପାଇଁ ଯାଇଥିଲେ, ଖେଳିବା ସମୟରେ ଖେଳକୁ ନେଇ ଯୁକ୍ତିତର୍କ ହୋଇଥିଲା I ସିଗନାଲ ବିଭାଗର ଦିଲୀପ ଖରା କିଛି ବାହାର ଅଜଣା ଲୋକଙ୍କୁ ଡାକି ଝଗଡ଼ା କରିବା ସହ ମାରପିଟ କରିଥିଲେ I ଫଳରେ ଉଦୟ କୁମାରଙ୍କୁ ଗୁରୁତର ଆଘାତ ଲାଗିଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି I ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଶ୍ରୀମତୀ ସୁଧା I ଘଟଣା ପରେ ରେଳବାଇର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ I ପୁଲିସ ଘଟଣାରେ ତଦନ୍ତ କରୁଥିବା ଜଣାପଡିଛି I
ସୌଜନ୍ୟ ସମ୍ବାଦ




