ରାଜ୍ୟ
Woman: କାର୍ରେ ଆସିଲେ ମହିଳା, କ୍ୟାସ ଡ୍ରରୁ ଲୁଟି ନେଲେ ୨ ହଜାର ଟଙ୍କା
କାର୍ ରେ ଆସିଲେ ମିଠା କିଣିବାକୁ । ମିଠା କିଣିଲେ । ମିଠା ଦୋକାନରୁ ଟଙ୍କା ଚୋରି କରି ନେଇଗଲେ। ଜଣେ ମହିଳାଙ୍କ ଏପରି କାରନାମା ସିସିଟିଭି କଏଦ କରିଛି। କ୍ଯାସ ଡ୍ରରୁ ଟଙ୍କା ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ।

ଭୁବନେଶ୍ବର: କାର୍ ରେ ଆସିଲେ ମିଠା କିଣିବାକୁ । ମିଠାକିଣିଲେ। ମିଠା ଦୋକାନରୁ ଟଙ୍କା ଚୋରି କରି ନେଇଗଲେ। ଜଣେ ମହିଳାଙ୍କ ଏପରି କାରନାମା ସିସିଟିଭି କଏଦ କରିଛି। କ୍ଯାସ ଡ୍ରରୁ ଟଙ୍କା ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ।
ସିସିଟିଭିରେ ସମସ୍ତ ଦୃଶ୍ୟ ରେକର୍ଡ ହୋଇଛି
ଲିଙ୍ଗିପୁର ଟ୍ରାଫିକ୍ ଛକରେ ଥିବା ଶାରଳା ମିଷ୍ଠାନ୍ନ ଭଣ୍ଡାର ଦୋକାନକୁ ଦୋକାନରୁ ମହିଳା ଏବଂ ଜଣେ ଯୁବକ ସହ କାର୍ ରେ ଗତକାଲି ସଂଧ୍ୟା ୭ଟା ରେ ଆସିଥିଲେ । ଦୋକାନୀ ଜଣକ କିଛି ଖାଦ୍ୟ ଜିନିଷ ପ୍ୟାକ୍ ରେ ବ୍ୟସ୍ତ ଥିବା ବେଳେ ମହିଳା ଜଣକ ସତର୍କତା ସହ କ୍ୟାସ ଡ୍ର ନିକଟକୁ ଆସୁଛନ୍ତି। ସୁଯୋଗ ଦେଖି ୨ ହଜାର ଟଙ୍କା ନେଇ ଯାଉଛନ୍ତି । ଏହି ସମୟରେ ଦୋକାନରେ ସିସିଟିଭିରେ ସମସ୍ତ ଦୃଶ୍ୟ ରେକର୍ଡ ହୋଇଛି । ମହିଳାଙ୍କ ବେଶ ପୋଷକ ବେଶ ଭଲ । ମାତ୍ର ପ୍ରକୃତି ଚୋର | ସୁଯୋଗ ଦେଖି ଚୋରି କରି ନେଲେ ଟଙ୍କା । ତେବେ ଦୋକାନୀ ଜଣକ ଏ ନେଇ ଥାନାରେ କୌଣସି ଅଭିଯୋଗ କରି ନାହାନ୍ତି ।
ସୌଜନ୍ୟ ସମ୍ବାଦ




