ଦେଶ ବିଦେଶ
Chamoli Tunnel: ଚାମୋଲି ଟନେଲରେ ଭୟଙ୍କର ଅଘଟଣ: ଭୂସ୍ଖଳନରେ ୯ ଶ୍ରମିକଙ୍କ ମୃତ୍ୟୁ
ପାହାଡ଼ ଭିତରେ ଚାଲିଥିଲା ନିର୍ମାଣ କାମ। ହଠାତ୍ ଗର୍ଜନ ସହ ଖସିଲା ମାଟି ଓ ମଲବା, ଟନେଲ ଭିତରକୁ ମାଡ଼ିଆସିଲା ପାଣି। କିଛି ମୁହୂର୍ତ୍ତ ମଧ୍ୟରେ ଆନ୍ଧାର ଟନେଲ ପାଲଟିଗଲା ଭୟଙ୍କର ମୃତ୍ୟୁଫାଶରେ। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଶ୍ରମିକ ପ୍ରଭାବିତ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି।

ନୂଆଦିଲ୍ଲୀ: ପାହାଡ଼ ଭିତରେ ଚାଲିଥିଲା ନିର୍ମାଣ କାମ। ହଠାତ୍ ଗର୍ଜନ ସହ ଖସିଲା ମାଟି ଓ ମଲବା, ଟନେଲ ଭିତରକୁ ମାଡ଼ିଆସିଲା ପାଣି। କିଛି ମୁହୂର୍ତ୍ତ ମଧ୍ୟରେ ଆନ୍ଧାର ଟନେଲ ପାଲଟିଗଲା ଭୟଙ୍କର ମୃତ୍ୟୁଫାଶରେ। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଶ୍ରମିକ ପ୍ରଭାବିତ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି। ଗୁରୁବାର ସନ୍ଧ୍ୟାରେ ଟିହରି ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ୍ (THDC)ର ଏକ ନିର୍ମାଣାଧୀନ ଟନେଲରେ ଶ୍ରମିକମାନେ କାମ କରୁଥିବା ସମୟରେ ହଠାତ୍ ଭୂସ୍ଖଳନ ଘଟିଥିଲା। ଭୂସ୍ଖଳନ ପରେ ପାହାଡ଼ରୁ ମାଟି, ପଥର ଓ ମଲବା ସହ ପାଣି ଟନେଲ ଭିତରକୁ ପ୍ରବେଶ କରିଥିଲା। ଫଳରେ ଟନେଲ ଭିତରେ ପ୍ରାୟ ୨୮ ଜଣ ଶ୍ରମିକ ଫସିଯାଇଥିବା ସୂଚନା ମିଳିଥିଲା ।
ସୌଜନ୍ୟ ସମ୍ବାଦ




