ରାଜ୍ୟ

Adani Group ୩୦୦୦ ମେଗାୱାଟ୍‌ର ଦୁଇଟି ସ୍ୱଚ୍ଛଶକ୍ତି ପାୱାର ପ୍ଲାଣ୍ଟ କରିବ ଆଦାନୀ ଗ୍ରୁଫ୍

ଓଡ଼ିଶାର ଶକ୍ତି କ୍ଷେତ୍ରରେ ବଡ଼ ନିବେଶ ପାଇଁ ଆଦାନୀ ଗ୍ରୁପ୍‌ର ଯୋଜନା। ୩,୦୦୦ ମେଗାୱାଟ୍‌ କ୍ଷମତାର ଦୁଇଟି ସ୍ୱଚ୍ଛଶକ୍ତି ପାୱାର ପ୍ଲାଣ୍ଟ ସ୍ଥାପନ ନେଇ ଶକ୍ତି ବିଭାଗ ସହ ଆଲୋଚନା।

ଭୁବନେଶ୍ୱର:  ପମ୍ପଡ୍ ଷ୍ଟୋରେଜ୍ ପ୍ଲାଣ୍ଟ ( ପିଏସପି) ସୌରଶକ୍ତି ଉତ୍ପାଦନ ଏବଂ ପରମାଣୁ ଶକ୍ତି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ବିଷୟରେ କରଣ ଆଦାନୀ ଓ ତାଙ୍କ ଟିମ୍‌ ଆଜି ଶକ୍ତି ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ପୂର୍ବରୁ କରଣ ଆଦାନୀ ଓ ତାଙ୍କ ଟିମ୍‌ ଖାରବେଳ ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଥିଲେ।

ଶକ୍ତି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ଶକ୍ତି ବିଭାଗର ବରିଷ୍ଠ ନେତୃବୃନ୍ଦ ଏବଂ ଆଦାନୀ ଗ୍ରୁପର କାର୍ଯ୍ୟନିର୍ବାହୀ ଟିମ୍‌ ସହ କରଣ ଆଦାନୀଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା ଏବଂ ଗ୍ରିଡ଼କୋର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥଙ୍କ ସମେତ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button