ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା କଡ଼ରେ ଘଟିଛି। ଏହି ଘଟଣା ଅଶୋକା ଗାର୍ଡେନ ପୋଲିସ ଷ୍ଟେଶନ ଅଧୀନରେ ଘଟିଥିଲା। ରିପୋର୍ଟ ଅନୁସାରେ, ସ୍ବାମୀ ସର୍ବଦା ପରି ତାଙ୍କ ରାତି ସିଫ୍ଟ ପାଇଁ ବାହାରିଥିଲେ। ରାସ୍ତାରେ ଭୋକ ହେବାରୁ ସେ ଏକ ମୋମୋ ଷ୍ଟଲ ପାଖରେ ପହଞ୍ଚିଥିଲେ। କିନ୍ତୁ ସେ ଯାହା ଦେଖିଲେ ତାଙ୍କ ଗୋଡ଼ ତଳୁ ମାଟି ଖସିଗଲା ପରି ଥିଲା। ସେ ଯେଉଁ ସ୍ତ୍ରୀଙ୍କୁ ଘରେ ଛାଡି ଆସିଥିଲେ, ସେ ସେଠାରେ ଥିଲେ, ସେ ଅନ୍ୟ ଜଣେ ପୁରୁଷଙ୍କ ସହିତ ମୋମୋର ମଜା ନେଉଥିଲେ।
ସ୍ତ୍ରୀଙ୍କୁ ଅନ୍ୟ ପୁରୁଷ ସହିତ ଦେଖି ସ୍ବାମୀ ପ୍ରବଳ ରାଗିଯାଇଥିଲେ। ସେ ସ୍ତ୍ରୀଙ୍କ ପ୍ରେମିକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରବଳ ଯକ୍ତିତର୍କ ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ନିଜ ମୋବାଇଲ ଫୋନ୍ରେ ଏହି ହାଇଭୋଲଟେଜ ଡ୍ରାମା ରେକର୍ଡ କରିଥିଲେ ଏବଂ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।
ମାମଲାଟି ପୋଲିସର ଦୃଷ୍ଟିକୁ ଆସିଥିଲା। ଅତିରିକ୍ତ ଡିସିପି ସୁନୀଲ ଶର୍ମା କହିଛନ୍ତି ଯେ, ଭାଇରାଲ ଭିଡିଓ ମାଧ୍ୟମରେ ପୋଲିସ ଘଟଣା ବିଷୟରେ ଜାଣିପାରିଛି। ସେ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସ୍ବାମୀ କିମ୍ବା ସ୍ତ୍ରୀଙ୍କ ପକ୍ଷରୁ ଅଶୋକା ଗାର୍ଡେନ ଥାନାରେ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନାହିଁ।
ସୌଜନ୍ୟ ଧରିତ୍ରୀ




