ଜାତୀୟ

Youngest Chartered Accountan: ବିଶ୍ୱର ସର୍ବକନିଷ୍ଠ ଚାର୍ଟର୍ଡ ଆକାଉଣ୍ଟାଣ୍ଟ, ଗିନିଜ୍ ବୁକ୍ ଅଫ୍ ୱର୍ଲଡ ରେକର୍ଡସରେ ସାମିଲ

ନୂଆଦିଲ୍ଲୀ ୧୮/୦୮: ଯେଉଁ ବୟସରେ କିଶୋର-କିଶୋରୀ କ୍ୟାରିଅର ଅନ୍ୱେଷଣ କରୁଛନ୍ତି, ସେହି ବୟସରେ ଲକ୍ଷ୍ମଣ ମେୟପ୍ପନ ବୃତ୍ତିଗତ ଆକାଉଣ୍ଟିଂ ଯୋଗ୍ୟତା ହାସଲ କରିଛନ୍ତି । ବିଶ୍ୱର ସର୍ବକନିଷ୍ଠ ପୁରୁଷ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଭାବେ ସେ ବିଶ୍ୱ ରେକର୍ଡ କରିଛନ୍ତି । ଗିନିଜ୍ ବୁକ୍ ଅଫ୍ ୱର୍ଲଡ ରେକର୍ଡସ ତାଙ୍କୁ ଏହି ମାନ୍ୟତା ଦେଇଛି ।

ଗିନିଜ୍ ରେକର୍ଡ ଅନୁସାରେ, ୧୬ ବର୍ଷ ୧୪୧ ଦିନରେ ସେ ଦୁବାଇଠାରେ ଏହି ରେକର୍ଡ ହାସଲ କରିଛନ୍ତି । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପରେ କୋଭିଡ୍-୧୯ ମହାମାରୀ ସମୟରେ ଦୁବାଇ ବାସିନ୍ଦା ମେୟପ୍ପନଙ୍କ ଯାତ୍ରା ଫାଇନାନ୍ସରେ ଆରମ୍ଭ ହୋଇଥିଲା । ୧୫ ବର୍ଷ ବୟସରେ ସେ ଏସିସିଏ ଯୋଗ୍ୟତା ପାଇଁ ଅଧ୍ୟୟନ ଆରମ୍ଭ କଲେ ଏବଂ ପ୍ରାୟ ଗୋଟିଏ ବର୍ଷରେ ଏହା ଶେଷ କଲେ । ସେବେଠୁ ସେ ନିଜର ଶିକ୍ଷାଗତ ଓ ବୃତ୍ତିଗତ ପ୍ରୋଫାଇଲ ପ୍ରସ୍ତୁତି ଜାରି ରଖିଛନ୍ତି । ସିଏଫ୍‌ଏ ଚାର୍ଟର ହାସଲ ପରେ ସେ ଏବେ ଫାଇନାନ୍ସରେ ଏମ୍‌ଏସ୍‌ସି କରୁଛନ୍ତି । ଏବେ ସେ ଦୁବାଇ ସ୍ଥିତ ସେନ୍ଚୁରି ଫାଇନାନ୍‌ସିଆଲରେ ବରିଷ୍ଠ ଅଧ୍ୟୟନକର୍ତ୍ତା ଭାବେ କାମ କରୁଛନ୍ତି । ଏଠାରେ ସେ ନିବେଶ, ଅଧ୍ୟୟନ ଓ ବିଶ୍ଳେଷଣ ଏବଂ ଫାଇନାନ୍‌ସିଆଲ ମାର୍କେଟରେ ଗୁରୁତ୍ୱପର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button