Twisha Death Case: ‘ମୋତେ ଶାନ୍ତିରେ ମରିବାରୁ ଦିଅ’; ମୃତ୍ୟୁ ପୂର୍ବରୁ ପରିବାରକୁ ଶେଷ ମେସେଜ୍ କରିଥିଲେ ଟ୍ବିଶା

ନୂଆଦିଲ୍ଲୀ,୧୮/୦୮; ଭୋପାଳ ବହୁ ଚର୍ଚ୍ଚିତ ଟ୍ୱିଶା ମୃତ୍ୟୁ ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଭୋପାଳର ଏକ ସ୍ୱତନ୍ତ୍ର କୋର୍ଟ ଟ୍ୱିଶାଙ୍କ ସ୍ୱାମୀ ସମର୍ଥ ଏବଂ ଶାଶୁ ଗିରିବାଳାଙ୍କ ବିରୋଧରେ ପ୍ରାୟ ୬୩୬ ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ କରିଛି । ସେଥିରେ ସ୍ୱାମୀ ସମର୍ଥ ଏବଂ ଶାଶୁ ଗିରିବାଳା ଟ୍ୱିଶାଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗ ରହିଛି । ଏହି ହାଇପ୍ରୋଫାଇଲ୍ ମାମଲାର ତଦନ୍ତ କରୁଥିବା ସିବିଆଇ ଅଭିଯୋଗ କରିଛି ଯେ, ଉଭୟ ସମର୍ଥ ଏବଂ ତାଙ୍କ ମା ଟ୍ୱିଶାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ । ତେଣୁ ଟ୍ୱିଶାଙ୍କ ପାଖରେ ଜୀବନ ହାରିବା ଛଡା ଆଉ କିଛି ବାଟ ନଥିଲା । ମୃତ୍ୟୁ ପୂର୍ବରୁ ଟ୍ୱିଶା ତାଙ୍କ ପରିବାରକୁ କରିଥିବା ମେସେଜ୍ ମଧ୍ୟ ସାମ୍ନାକୁ ଆସିଛି ।
‘ମୋତେ ଶାନ୍ତିରେ ମରିବାକୁ ଦିଅ’- ମୃତ୍ୟୁ ପୂର୍ବରୁ ଟ୍ୱିଶା ତାଙ୍କ ଭାଉଜଙ୍କ ପାଖକୁ ଏକ ମେସେଜ ପଠାଇଥିଲେ । ସେ ଲେଖିଥିଲେ, ” ତାଙ୍କୁ କୁହ ସେ ତାର ସ୍ତ୍ରୀ ବଳକା ଜିନିଷପତ୍ର ନେଇଯିବ । ବର୍ତ୍ତମାନ ପାଇଁ ଶାନ୍ତିରେ ମରିବାକୁ ଦିଅ ।” କୋର୍ଟରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟରେ ଏହା ଉଲ୍ଲେଖ କରାଯାଇଛି । ଏହାର କିଛି ମିନିଟ୍ ପରେ ଟ୍ୱିଶା ଶର୍ମା ଫାଶୀ ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ସିବିଆଇ ଚାର୍ଜିସିଟରେ କହିଛି ଯେ, ମେ ୧୨, ୨୦୨୬ ରାତି ୯ଟା ୩୬ ମିନିଟ୍ ସମୟରେ ୩୪ ବର୍ଷୀୟା ଟ୍ୱିଶା ପଠାଇଥିବା ମେସେଜ ତଦନ୍ତର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇଥିଲା । ଏହି ମେସେଜରେ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ଦ୍ୱାରା ମାନସିକ ନିର୍ଯାତନାର ସୂଚନା ମିଳିଥଲା । ଯାହା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା । ସିବିଆଇ ଟ୍ୱିଶାଙ୍କ ଶାଶୁ ଏବଂ ସ୍ୱାମୀଙ୍କ ବିରୋଧରେ ନିଷ୍ଠୁରତା, ଆତ୍ମହତ୍ୟା ପାଇଁ ଉସକାଇବା ଏବଂ ସାଧାରଣ ଅପରାଧ ସହ ଜଡ଼ିତ ଅପରାଧ ସମ୍ବନ୍ଧୀୟ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ଲଗାଇଛି ।
ସୌଜନ୍ୟ ପ୍ରମେୟ




