ଜାତୀୟ

BJP Appointment: ୩ ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି; ବିନୋଦ ତାୱଡ଼େ ୟୁପି ଇନ୍‌ଚାର୍ଜ, ଗୁଜରାଟ-ପଞ୍ଜାବରେ କାହାକୁ ମିଳିଲା କମାଣ ?

ନୂଆଦିଲ୍ଲୀ,୧୮/୦୮; ଭାରତୀୟ ଜନତା ପାର୍ଟିର ବଡ଼ ପ୍ରସ୍ତୁତି । ୩ ରାଜ୍ୟ ପାଇଁ ବିଜେପି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରିଛି । ନୂଆ ନିଯୁକ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ଉତ୍ତରପ୍ରଦେଶ, ପଞ୍ଜାବ ଓ ଗୁଜରାଟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି ହୋଇଛି । ବିନୋଦ ତାୱଡ଼େ ଉତ୍ତରପ୍ରଦେଶରେ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ୟୁପି ସହପ୍ରଭାରୀ ଭାବେ ଜଗଦୀଶ ଇଶ୍ୱରଭାଇ ପଟେଲଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ପଞ୍ଜାବରେ ପ୍ରଭାରୀ ଭାବେ ସତୀଶ ପୁନିଆଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଗୁଜରାଟରେ ପ୍ରଭାରୀ ଭାବେ ତରୁଣ ଚୁଗଙ୍କୁ ଦାୟିତ୍ୱ ମିଳିଛି ।

ଭାରତୀୟ ଜନତା ପାର୍ଟି ବଡ଼ ନିଷ୍ପତ୍ତି ନେଇ ବିନୋଦ ତାୱେଡଙ୍କୁ ଉତ୍ତରପ୍ରଦେଶ ପ୍ରଭାରୀ କରିଛି । ବିନୋଦ ତାୱଡେ ଗତ କିଛି ମାସ ଧରି ୟୁପିରେ କ୍ରମାଗତ ଭାବରେ ସକ୍ରିୟ ଅଛନ୍ତି । ତାଙ୍କ ସହିତ ଜଗଦୀଶ ଇଶ୍ୱରଭାଇ ପଟେଙ୍କୁ କୋ-ଇନଚାର୍ଜ ଦାୟିତ୍ୱ ଦେଇଛି । ସେହିପରି ତରୁଣ ଚୁଗଙ୍କୁ ଗୁଜରାଟ ଏବଂ ସତୀଶ ପୁନିଆଙ୍କୁ ପଞ୍ଜାବ ପ୍ରଭାରୀ କରିଛି ଦଳ । ଗତକାଲି (ସୋମବାର) ବିଜେପି ରାଜ୍ୟସଭା ସାଂସଦ ତାୱଡ଼େଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଥିଲା । ସତୀଶ ପୁନିଆଙ୍କୁ ମଧ୍ୟ ଜାତୀୟ ସାଧାରଣ ସମ୍ପାଦକ କରାଯାଇଛି। ରାଜ୍ୟସଭା ସାଂସଦ ତରୁଣ ଚୁଗଙ୍କୁ ପଞ୍ଜାବରୁ ଜାତୀୟ କାର୍ଯ୍ୟାଳୟ ଦାୟିତ୍ୱରେ ନିଯୁକ୍ତ କରାଯାଇଛି। ଦୁଇ ଦିନ ମଧ୍ୟରେ ଦୁଇଟି ତାଲିକା ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ବିଜେପି ୨୦୨୭ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଟିମ୍ ନିତିନ ନବୀନଙ୍କ ୬୫ ଜଣ ନେତାଙ୍କ ତାଲିକାରୁ ୮ ଜଣ ୟୁପିର ଥିଲେ । ୟୁପି ଏବଂ ପଞ୍ଜାବରେ ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ଆରମ୍ଭରେ ହେବ। ସେହିପରି ୨୦୨୭ର ଶେଷ ଭାଗରେ ଗୁଜରାଟରେ ନିର୍ବାଚନ ଅନୁଷ୍ଠିତ ହେବ।  ଏଥିପାଇଁ ବିଜେପି ପ୍ରସ୍ତୁତ ହେଉଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button