ଅପରାଧ

ଗୋପରେ ଚାଞ୍ଚଲ୍ୟ: ବାପା-ମାଆଙ୍କୁ ଛୁରାମାଡ଼, କାବୁ କରିବାକୁ ଆସିଥିବା ପୁଲିସକୁ ବି ଛାଡ଼ିଲେନି ଯୁବକ, ୩ କର୍ମଚାରୀ ଆହତ

ଗୋପ, ୧୮/୦୮: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଗଣେଶ୍ୱରପୁର ଗାଁରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଜଣେ ଯୁବକ ନିଜ ବାପା-ମାଆଙ୍କୁ ଛୁରାମାଡ଼ କରିଥିବା ବେଳେ ତାଙ୍କୁ କାବୁ କରିବାକୁ ଯାଇଥିବା ପୁଲିସ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ବାପା-ମାଆଙ୍କୁ ଉଦ୍ଧାର କରାଯାଇ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଗୋପ ଥାନା ପୁଲିସ ଗଣେଶ୍ୱରପୁରରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲା। ତେବେ ଅଭିଯୁକ୍ତ ପୁଲିସ ଉପରକୁ ମଧ୍ୟ ଛୁରାମାଡ଼ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗଣେଶ୍ୱରପୁର ଗ୍ରାମର ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁଅ ବିକ୍ରମ ରଥ ଆଜି ସକାଳେ ନିଜ ବାପାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ପରେ ମାଆଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପହଞ୍ଚିଥିବା ଗୋପ ଥାନାର ୩ ଜଣ କର୍ମଚାରୀ ମଧ୍ୟ ଯୁବକଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ଏହାପରେ ଅଭିଯୁକ୍ତ ଏକ ବନ୍ଦ କୋଠରୀ ଭିତରେ ଛୁରି ଧରି ରହିଥିବା ବେଳେ ତାଙ୍କୁ କାବୁ କରିବା ପାଇଁ ପୁଲିସ ଓ ସ୍ଥାନୀୟ ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ୟମ ଜାରି ରଖିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button