Hockey World Cup: ବିଶ୍ୱକପରେ ଭାରତ ବିଜୟରେ ବ୍ରେକ୍; ୩୨ ବର୍ଷର ମରୁଡ଼ି ସରିଲାନି, ଏବେ ପାକିସ୍ତାନ ସହ ହେବ ଟକ୍କର
ଏଫ୍ଆଇଏଚ୍ ହକି ବିଶ୍ୱକପ୍ର ପ୍ରଥମ ମ୍ୟାଚରେ ୱେଲ୍ସକୁ ହରାଇବା ପରେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି । ପୁଲ ଡି’ର ଏହି ମ୍ୟାଚକୁ ଇଂଲଣ୍ଡ ୪-୨ ଗୋଲରେ ବିଜୟୀ ହୋଇଥିଲା ।

ନୂଆଦିଲ୍ଲୀ,୧୮/୦୮; ବିଶ୍ୱକପରେ ଭାରତ ବିଜୟରେ ବ୍ରେକ୍ । ପ୍ରଥମ ମ୍ୟାଚରେ ଜାତିବା ପରେ ଦ୍ୱିତୀୟ ମକୁବିଲାରେ ଝୁଣ୍ଟିଲା ଟିମ୍ ହର୍ମମନ । ଭାରତୀୟ ପୁରୁଷ ଦଳ ଚଳିତ ଏଫ୍ଆଇଏଚ୍ ହକି ବିଶ୍ୱକପ୍ର ପ୍ରଥମ ମ୍ୟାଚରେ ୱେଲ୍ସକୁ ହରାଇବା ପରେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି । ପୁଲ ଡି’ର ଏହି ମ୍ୟାଚକୁ ଇଂଲଣ୍ଡ ୪-୨ ଗୋଲରେ ବିଜୟୀ ହୋଇଥିଲା । ଇଂଲଣ୍ଡ କ୍ରମାନ୍ୱୟରେ ୨ଟି ମ୍ୟାଚରେ ବିଜୟୀ ହୋଇ ୬ ପଏଣ୍ଟ ସହ ଟେବୁଲରେ ଶୀର୍ଷ ସ୍ଥାନ ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛି । ଦଳ ଅନ୍ତିମ ମ୍ୟାଚରେ ଆସନ୍ତା ୧୯ ତାରିଖରେ ପାକିସ୍ତାନକୁ ଭେଟିବ । ଭାରତ ଗୋଟିଏ ବିଜୟ ସହ ୩ ପଏଣ୍ଟ ପାଇ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ତିମ ମ୍ୟାଚରେ ଦଳ ଆସନ୍ତା ୧୯ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚରେ ଭାରତ ବିଜୟୀ ହେଲେ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହେବ ।
ଭାରତ ୨-୪ ଇଂଲଣ୍ଡ: ଭାରତୀୟ ଦଳର ପ୍ରଦର୍ଶନ ସେଭଳି ପ୍ରଭାବଶାଳୀ ନଥିଲା । ଇଂଲଣ୍ଡ ୧୩ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲା । ୧୬ ମିନିଟରେ ହର୍ମନପ୍ରୀତ ସିଂ ଏହି ଗୋଲ ପରିଶୋଧ କରିଥିଲେ । ପୁଣି ୨୪ ମିନିଟରେ ଦିଲପ୍ରୀତ ସିଂ ଦ୍ୱିତୀୟ ଗୋଲ୍ ଦେଇ ଭାରତକୁ ୨-୧ରେ ଅଗ୍ରଣୀ କରାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଭାରତୀୟ ଦଳ ମନ୍ଥର ହୋଇଯାଇଥିଲା । ଯାହାର ଫାଇଦା ଇଂଲଣ୍ଡ ଦଳକୁ ମିଳିଥିଲା । ୩୮, ୪୨ ଓ ୫୫ ମିନିଟରେ ଦଳ ଆଉ ୩ଟି ଗୋଲ୍ ଦେଇ ଶେଷରେ ମ୍ୟାଚକୁ ୪-୨ ଗୋଲରେ ଜିତି ନେଇଥିଲା । ନିକୋଲାସ ବାଣ୍ଡୁରାକ (୧୩ ଓ ୫୫ ମିନିଟ) ଡବଲ ଗୋଲ୍ ଦେଇ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଶେଷ ପର୍ଯ୍ୟନ୍ତ ବହୁ ପ୍ରୟାସ କରି ଭାରତ ଆଉ ପ୍ରତ୍ୟାବର୍ତ୍ତନର ସୁଯୋଗ ପାଇ ପାରି ନଥିଲା । ପୁଲର ଅନ୍ୟ ଏକ ମ୍ୟାଚ ପାକିସ୍ତାନ ଓ ୱେଲ୍ସ ମଧ୍ୟରେ ୩-୩ ଗୋଲରେ ମ୍ୟାଚ ଅମୀମାଂସିତ ରହିଥିଲା । ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ । ପୁଲ ବି’ରେ ଫ୍ରାନ୍ସ-ମାଲେସିଆ ୩-୩ ଗୋଲରେ ଡ୍ର’ ରଖି ପଏଣ୍ଟ ବାଣ୍ଟି ନେଇଥିଲେ ।
ସୌଜନ୍ୟ ପ୍ରମେୟ




