ଖେଳ

IND VS SL: ସୂତାର, ଜାଡ଼େଜାଙ୍କ ସ୍ପିନ ଯାଦୁ…ଭାରତ କଣ୍ଟ୍ରୋଲରେ ପ୍ରଥମ ଟେଷ୍ଟ, ଏତିକି ରନ୍ କଲେ ବିଜୟ ଗ୍ୟାରେଣ୍ଟି

ତୃତୀୟ ଦିବଦରେ ଭାରତ ଅସମାପ୍ତ ପ୍ରଥମ ଇନିଂସ ୯/୪୬୦ ରନ୍‌ରୁ ଖେଳ ଆରମ୍ଭ କରି ୪୬୨ ରନ୍‌ରେ ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଏହାପରେ ଦଳ ଶୃଙ୍ଖଳିତ ବୋଲିଂ କରି ଶ୍ରୀଲଙ୍କାକୁ ୨୮୪ ରନ୍‌ରେ ଅଲ୍‌ ଆଉଟ୍‌ କରିବାରେ ସଫଳ ହୋଇଥିଲା ।

ନୂଆଦିଲ୍ଲୀ,୧୮/୦୮; ଘରୋଇ  ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯାଉଥିବା  ପ୍ରଥମ ଟେଷ୍ଟ ବର୍ଷାର ପ୍ରଭାବ ସତ୍ତେ୍ୱ  ନିର୍ଣ୍ଣାୟକ ମୋଡ଼ ନେଇଛି । ୩ଦିନ ମଧ୍ୟରେ   ୧୯୬.୨ ଓଭର ଖେଳ ସମ୍ଭବ ହୋଇଥିଲେ  ହେଁ ଭାରତ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଜାରି  ରଖି ମ୍ୟାଚକୁ ନିୟନ୍ତ୍ରଣରେ ରଖିଛି ।  ଭାରତ ପ୍ରଥମ ଇନିଂସରେ ମୋଟ୍‌ ୧୭୮  ରନ୍‌ରେ ଅଗ୍ରଣୀ ବଜାୟ ରଖି ବିଜୟ ପଥ  ପ୍ରସ୍ତୁତ କରିଛି । ତୃତୀୟ ଦିବଦରେ ଭାରତ  ଅସମାପ୍ତ ପ୍ରଥମ ଇନିଂସ ୯/୪୬୦ ରନ୍‌ରୁ  ଖେଳ ଆରମ୍ଭ କରି ୪୬୨ ରନ୍‌ରେ ଅଲ୍‌  ଆଉଟ୍‌ ହୋଇ ଯାଇଥିଲା । ଏହାପରେ ଦଳ  ଶୃଙ୍ଖଳିତ ବୋଲିଂ କରି ଶ୍ରୀଲଙ୍କାକୁ ୨୮୪  ରନ୍‌ରେ ଅଲ୍‌ ଆଉଟ୍‌ କରିବାରେ ସଫଳ  ହୋଇଥିଲା । ଦୁଇ ବାମ ହାତି ସ୍ପିନର ମାନବ  ସୂତାର ଓ ରବିନ୍ଦ୍ର ଜାଡ଼େଜା ମୋଟ୍‌ ୭ଟି  ୱିକେଟ୍‌ ନେଇ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ  ଘଟାଇଥିଲେ ।

ମ୍ୟାଚର ଫଳାଫଳ ଚତୁର୍ଥ ଦିବସ  ଉପରେ ନିର୍ଭର କରିବ । ଭାରତ ଦ୍ୱିତୀୟ  ଇନିଂସରେ ଦ୍ରୁତ ରନ ସଂଗ୍ରହ କରି ବଡ଼  ଟାର୍ଗେଟ୍‌ ପ୍ରସ୍ତୁତ କରିବା ସହ ତୃତୀୟ  ଅଧିବେଶନରେ ପାଳି ଘୋଷଣା କରି  ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବାକୁ  ଲକ୍ଷ୍ୟ ରଖିବ । ଅପର ପକ୍ଷରେ ଭାରତକୁ  ସହଳ ଅଲ୍‌ ଆଉଟ୍‌ କରିବାକୁ ଘରୋଇ  ଦଳ ପ୍ରୟାସ କରିବ । ଭାରତକୁ ୪ଟି ବଲ୍‌ ମଧ୍ୟରେ ଅଲ୍‌  ଆଉଟ୍‌ କରିବା ପରେ ଶ୍ରୀଲଙ୍କା ପ୍ରଥମ  ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ହେଲେ  ଭାରତୀୟ ସ୍ପିନ୍‌ ବାହିନୀର ମୁକାବିଲା  କରିବାରେ ଦଳ ବିଫଳ ହୋଇଥିଲା ।  ଘରୋଇ ଦଳ ଏକଦା ପ୍ରାରମ୍ଭିକ ବ୍ୟାଟିଂ  ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୯୦ ରନ୍‌ରେ  ୫ଟି ୱିକେଟ୍‌ ହରାଇଥିଲା । ଭାରତ ମଧ୍ୟ  ଫଲୋଅନ୍‌ ପାଇଁ ପ୍ରୟାସ କରିଥିଲା । କିନ୍ତୁ  ସୋନାଲ ଦିନୁଶା ଓ ନିରୋସାନ ଡିକୱେଲା  ଲଢୁଆ ବ୍ୟାଟିଂ କରି ଷଷ୍ଠ ୱିକେଟ୍‌ରେ ୧୪୬  ରନ୍‌ର ଭାଗିଦାରୀ ଗଠନ କରି ଫଲୋଅନ  ଏଡ଼ାଇବାରେ ସଫଳ ହୋଇଥିଲେ । ଦିନୁଶା  ପ୍ରଥମ ଟେଷ୍ଟ ଶତକ ଅର୍ଜନ କରିଥିଲେ ।  ଡିକୱେଲା ପୁଣି ଥରେ ଶତକ ଅର୍ଜନ  କରିବାରେ ବିଫଳ ହୋଇଥିଲେ ।  ଭାରତକୁ ୪୬୨ରେ ସୀମିତ ରଖିବା  ପରେ ଶ୍ରୀଲଙ୍କା ପ୍ରଥମ ଇନିଂସ ବ୍ୟାଟିଂ  ଆରମ୍ଭ କରିଥିଲା । ଦ୍ୱିତୀୟ ବଲ୍‌ରେ ନିଶାନ  ମଦୁଷ୍କା(୦)ଙ୍କୁ ଆଉଟ୍‌ କରିଥିଲେ ମହମ୍ମଦ  ସିରାଜ । ଅଷ୍ଟମ ଓଭର ବୋଲିଂ କରିବାକୁ  ଆସି ସୂତାର ପ୍ରଥମ ବଲ୍‌ରେ ଦିନେଶ  ଚାନ୍ଦିମଲଙ୍କୁ ପାଭିଲିୟନ ପଠାଇଥିଲେ ।  ଅନ୍ୟ ଓପନର ଲାହିରୁ ଉଦାରା  ସତର୍କତାର  ସହ ବ୍ୟାଟିଂ କରିଥିଲେ ହେଁ ଶେଷରେ ୨୭ ରନ କରି ସୂତାରଙ୍କ ବଲ୍‌ରେ ଆଉଟ୍‌  ହୋଇଥିଲେ । ପରେ ପରେ କାମିଣ୍ଡୁ  ମେଣ୍ଡିସ୍‌ ୧୪ ଓ ଧନଞ୍ଜୟ ଡି ସିଲଭା ୨୧  ରନ କରି ବିଦାୟ ନେବା ସହ ଶ୍ରୀଲଙ୍କା  ୯୦ ରନ୍‌ରେ ୫ଟି ୱିକେଟ୍‌ ହରାଇଥିଲା ।  ​​​​​​​

ଦିନୁଶା ଓ ଡିକୱେଲା ଲଢୁଆ ବ୍ୟାଟିଂ  କରି ସ୍ଥିତି ସୁଧାରିଥିଲେ । ବଲ୍‌ ପୁରୁଣା  ହେବା ପରେ ରନ ସଂଗ୍ରହ ସହଜ  ହୋଇଥିଲା । ଉଭୟ ଅର୍ଦ୍ଧଶତକ ଅର୍ଜନ  କରିବା ସହ ଭାରତୀୟ ବୋଲରଙ୍କୁ ନିରାଶ  କରିଥିଲେ । ୬୨ତମ ଓଭରରେ ଯୋଡ଼ି  ଭାଙ୍ଗିଥିଲେ ପ୍ରସିଦ୍ଧ କ୍ରିଷ୍ଣା । ଡିକୱେଲା  ୮୦ ରନ କରି ଆଉଟ୍‌ ହୋଇଥିଲେ ।  ଏହାପରେ କେଶର ନୂୱାନ୍ଥା(୨)ଙ୍କୁ ଆଉଟ୍‌  କରି ଜାଡ଼େଜା ଟେଷ୍ଟ କ୍ରିକେଟ୍‌ରେ  ୩୫୦  ୱିକେଟ୍‌ ପୂରଣ କରିଥିଲେ । ଦିନୁଶା ଶତକ  ଅର୍ଜନ କରିବା ପରେ ଲୟ ହରାଇଥିଲେ ।  ୪ଚୌକା ଓ ୨ ଛକା ବଳରେ ୧୦୦ ରନ  କରି ସେ ଜାଡ଼େଜାଙ୍କ ତୃତୀୟ ଶିକାର  ସାଜିଥିଲେ । ପରବର୍ତ୍ତୀ ୧୦ ରନ ମଧ୍ୟରେ ଶ୍ରୀଲଙ୍କା  ଶେଷ ୨ଟି ୱିକେଟ୍‌ ହରାଇ ମୋଟ୍‌ ୨୮୪  ରନରେ ଅଲ୍‌ ଆଉଟ୍‌ ହୋଇ ଯାଇଥିଲା ।  ସୂତାର ଉଭୟ ୱିକେଟ୍‌ ନେଇ ୪ୱିକେଟ୍‌  ସଫଳତା ଅର୍ଜନ କରିଥିଲେ । ଅପରାହ୍ଣରେ  ପାଗ ବଦଳି ଯାଇଥିଲା । କୋହଲା ପାଗରେ  ଆଲୋକର ଅଭାବ ଯୋଗୁଁ ୧୩ ଓଭର  ବାକି ଥାଇ ଷ୍ଟମ୍ପ ଘୋଷଣା କରାଯାଇଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button