Ship Hijacked : ଜଳଦସ୍ୟୁଙ୍କ ଆତଙ୍କ…ସମୁଦ୍ରରେ ଏକାସଙ୍ଗେ ୨ ଜାହାଜ ହାଇଜ୍ୟାକ୍, ୨୨ ଜଣ ଭାରତୀୟଙ୍କୁ ଅପହରଣ

ନୂଆଦିଲ୍ଲୀ,୨୧/୦୮: ସମୁଦ୍ରରେ ଜଳଦସ୍ୟୁଙ୍କ ଆତଙ୍କ । ଏକାସଙ୍ଗେ ୨ଟି ଜାହାଜକୁ ହାଇଜ୍ୟାକ୍ କରି ନେଇଛନ୍ତି ଜଳଦସ୍ୟୁ । ୟେମେନ ଏବଂ ସୋମିଲିଆ ଉପକୂଳରୁ ପୃଥକ ଘଟଣାରେ ଜଳଦସ୍ୟୁଙ୍କ ଦ୍ୱାରା ୨୨ ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ୨ଟି ବିଣିଜ୍ୟିକ ଜାହାଜକୁ ଅପହରଣ କରାଯାଇଛି । ଅଧିକାରୀମାନେ କହିଛନ୍ତି, ଏହା ପୁଣି ଥରେ ଆଫ୍ରିକାର ହର୍ଣ୍ଣ ଆଖପାଖ ଜଳସାଗରରେ ଜଳଦସ୍ୟୁଙ୍କ ବିପଦକୁ ବଢାଇ ଦେଇଛି ।
ୟେମେନରେ ୧୬ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ଜାହାଜ ହାଇଜ୍ୟାକ୍- ପ୍ରଥମ ଘଟଣାରେ ଇରିଟ୍ରିଆ୍ନ ପତାକା ବହନ କରୁଥିବା ତୈଳ ଉତ୍ପାଦ ଟ୍ୟାଙ୍କର୍ ଏମଟି ସିବୁ ୧ ଜଳଦସ୍ୟୁଙ୍କ ହାତରେ ଲଗାଇଥିଲା । ୟେମେନ୍ ଉପକୂଳରୁ ପ୍ରାୟ ୩୦ ନଟିକାଲ ମାଇଲ୍ ଦୂରରେ ଆଡେନ୍ ଉପସାଗରରେ ୨୦ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏହି ଜାହାଜକୁ ୬ ଜଣ ସଶସ୍ତ୍ର ଜଳଦସ୍ୟୁ ଅପହରଣ କରିଥିଲେ । ସାମୁଦ୍ରିକ ପ୍ରଶାସନ ନିର୍ଦ୍ଦେଶାଳୟର ରିପୋର୍ଟ ଅନୁଯାୟୀ, ଜାହାଜର ସମସ୍ତ ୨୦ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ରିପୋର୍ଟ କରାଯାଇଛି । ତଥାପି ଜାହାଜ ଏବଂ କ୍ରୁ ସଦସ୍ୟଙ୍କ ସ୍ଥିତିର ସଦ୍ୟତମ ରିପୋର୍ଟକୁ ଅପେକ୍ଷା କରାଯାଇଛି । କ୍ରୁରରେ ୧୬ ଜଣ ଭାରତୀୟ, ଜଣେ ସିରିଆନ୍, ଜଣେ ସୁଡାନ୍ ଏବଂ ଜଣେ ଇରାକୀ ନାଗରିକ ଅଛନ୍ତି । ଅନ୍ୟ ଜଣେ ନାବିକଙ୍କର ଜାତୀୟତା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।
ରିପୋର୍ଟ ଅନୁଯାୟୀ, ନିଯୁକ୍ତି ଏବଂ ପ୍ଲେସମେଣ୍ଟ ସେବା ଲାଇସେନ୍ ଏଜେନ୍ସିଂକୁ ଘଟଣାର ରିପୋର୍ଟ କରିବାକୁ ଏବଂ ଇ-ନାଭିକ୍ ଅନଲାଇନ୍ ସାମୁଦ୍ରିକ ଦୁର୍ଘଟଣା ରିପୋଟିଂ ସିଷ୍ଟମ ମାଧ୍ୟମରେ ନିୟମିତ ଅପଡେଟ୍ ପ୍ରଦାନ କରିବାକୁ କୁହାଯାଇଛି । ଏସକେଏସ କୃଷିଭ ମାରିନ୍ ସର୍ଭିସେସର ସୁମିତ୍ କାନ୍ତ ସିଂହ କହିଛନ୍ତି,ଯେ ତାଙ୍କ କମ୍ପାନୀ ୪ ଜଣ କ୍ରୁ ସଦସ୍ୟଙ୍କୁ ନିଯୁକ୍ତି ଦେଇଛି । ସେମାନଙ୍କର ବିବରଣୀ ସାମୁଦ୍ରିକ ପ୍ରଶାସନ ନିର୍ଦ୍ଦେଶାଳୟକୁ ପ୍ରଦାନ କରିଛି ।
ସୌଜନ୍ୟ ପ୍ରମେୟ




