ରାଜ୍ୟ

ଭୁବନେଶ୍ବର ଷ୍ଟେସନର ଛାତିଥରା ଦୃଶ୍ୟ… ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉପରେ ଯିଏ ପାରିଲେ ହିରୋଗିରି କାଢିଲେ, ହାତ ଗୋଡ଼ ବାନ୍ଧି ନିର୍ଘାତ ପିଟିଲେ

ଭୁବନେଶ୍ଵର, ୨୧/୦୮ : ସୀମା ଟପିଲା ବର୍ବରତା । ଯୁବକଙ୍କ ହାତ ଗୋଡ଼ ବାନ୍ଧି ନିର୍ଘାତ ମାଡ଼। ଯିଏ ପାରୁଛି ପିଟୁଛି। ତଳେ ପକେଇ ଗୋଇଠା ବିଧା ସହ ବାଡ଼ିରେ ପିଟିଛନ୍ତି। ଭୁବନେଶ୍ବର ଷ୍ଟେସନର ଏ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଜଣେ ଦୋକାନୀଙ୍କ ଜିନିଷ ପତ୍ର ଭାଙ୍ଗାରୁଜା କରିଥିବାରୁ ଯୁବକଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି । ହାତ ଗୋଡ଼ ବାନ୍ଧି ମାଡ ମାରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓଟି ଗତ ୧୦ ତାରିଖର ବୋଲି ଜଣାପଡିଛି। ଭିଡିଓଟି ଭାଇରାଲ୍ ହେବା ପରେ ଭୁବନେଶ୍ୱର ଜିଆରପି ଥାନା ପୁଲିସ ମାମଲା ରୁଜୁ କରିଛି।

ସୂଚନାନୁଯାୟୀ, ଯୁବକ ଜଣଙ୍କ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତାଲିଗାଁର ଭରତ ବେହେରା। ସେ ମାନସିକ ବିକାରଗ୍ରସ୍ତ। ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ମାନସିକ ବିକାରଗ୍ରସ୍ତଙ୍କୁ ପ୍ଲାଟଫର୍ମରେ ଏଭଳି ମାଡ ମରାଯାଉଥିବା ବେଳେ ଜିଆରପି ଏବଂ RPF କରୁଥିଲେ କ’ଣ ? ଏତେ ଲୋକ ଉପସ୍ଥିତ ଥିବା ସତ୍ତ୍ଵେ କିପରି କେହି ଅଟକାଇଲେ ନାହିଁ ? କାହିଁକି ହଜିଗଲା ମାନବିକତା ?

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button