ଦେଶ ବିଦେଶ

SIR: ତିନିଟି ଦେଶରେ ଭାରତର ପ୍ରତିନିଧିତ୍ବ କରିଛନ୍ତି; ଏସ୍‌ଆଇଆର୍‌ରେ ନାଗରିକତା ପ୍ରମାଣ କରିବାରେ ସମସ୍ୟାକୁ ନେଇ ନବଦୀପ୍‌ ସୁରୀଙ୍କ ତୀବ୍ର ପ୍ରତିକ୍ରିୟା

ଅଷ୍ଟ୍ରେଲିଆରେ ଭାରତର ଉଚ୍ଚାୟୁକ୍ତ ଭାବରେ ମଧ୍ୟ କାର୍ଯ୍ୟ କରିଥିବା ନବଦୀପ ସୁରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ସିରିଜ ପୋଷ୍ଟରେ କହିଛନ୍ତି ଯେ, ସେ ଭୋଟର ପରିଚୟପତ୍ର ଓ ଆଧାର କାର୍ଡ ଦାଖଲ କରିବା ସତ୍ତ୍ୱେ ତାଙ୍କୁ ଭାରତୀୟ ନାଗରିକତା ପ୍ରମାଣ କରିବା ପାଇଁ ଅତିରିକ୍ତ କାଗଜପତ୍ର ମାଗଯାଇଥିଲା।

ନୂଆଦିଲ୍ଲୀ: ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍‌) ମାଧ୍ୟମରେ ଭୋଟର ତାଲିକା ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟାକୁ ନେଇ ଭାରତରେ ବିତର୍କ ଜାରି ରହିଛି। ଏହି ସମୟରେ ୟୁଏଇ, ଇଜିପ୍ଟ ଓ ଅଷ୍ଟ୍ରେଲିଆରେ ଭାରତର ପ୍ରତିନିଧିତ୍ୱ କରିଥିବା ପୂର୍ବତନ ରାଷ୍ଟ୍ରଦୂତ ନବଦୀପ ସୁରୀ ପଞ୍ଜାବରେ ଏସ୍‌ଆଇଆର୍‌ ବେଳେ ତାଙ୍କ ଅଭିଜ୍ଞତାକୁ ଆଧାର କରି ନିର୍ବାଚନ ଆୟୋଗଙ୍କ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ପ୍ରଶ୍ନ ଉଠାଇଛନ୍ତି। ଅଷ୍ଟ୍ରେଲିଆରେ ଭାରତର ଉଚ୍ଚାୟୁକ୍ତ ଭାବରେ ମଧ୍ୟ କାର୍ଯ୍ୟ କରିଥିବା ନବଦୀପ ସୁରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ସିରିଜ ପୋଷ୍ଟରେ କହିଛନ୍ତି ଯେ, ସେ ଭୋଟର ପରିଚୟପତ୍ର ଓ ଆଧାର କାର୍ଡ ଦାଖଲ କରିବା ସତ୍ତ୍ୱେ ତାଙ୍କୁ ଭାରତୀୟ ନାଗରିକତା ପ୍ରମାଣ କରିବା ପାଇଁ ଅତିରିକ୍ତ କାଗଜପତ୍ର ମାଗଯାଇଥିଲା। ସୁରୀ ବ୍ୟାଖ୍ୟା କରିଥିଲେ ଯେ, ସେ ଏସ୍ଆଇଆର୍‌ ପ୍ରକ୍ରିୟାର ଅଂଶ ଭାବରେ ପଞ୍ଜାବର ବୁଥ୍ ସ୍ତରୀୟ ଅଫିସର (ବିଏଲ୍‌ଓ)ଙ୍କ ପାଖକୁ ଯାଇଥିଲେ। ସେ ତାଙ୍କର ଭୋଟର ପରିଚୟପତ୍ର ଓ ଆଧାର କାର୍ଡ ଦାଖଲ କରିଥିଲେ। ବିଏଲ୍‌ଓ ତାଙ୍କୁ ସେତେବେଳେ ଆଶ୍ୱାସନା ଦେଇଥିଲେ ଯେ ସବୁକିଛି ଠିକ୍ ଅଛି। ପରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କର କିଛି ସୂଚନା ୨୦୦୩ ଏସ୍‌ଆଇଆର୍‌ ଭୋଟର ତାଲିକା ସହିତ ମେଳ ଖାଉନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button