ରାଜ୍ୟ

Driver: ୧୬ ଦିନ ବିତିଗଲା ନବୋଦୟ ବିଦ୍ୟାଳୟରେ ଡ୍ରାଇଭରଙ୍କୁ ମାଡ଼ ଘଟଣା, ଅଧ୍ୟକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ?

ନବୋଦୟ ବିଦ୍ୟାଳୟରେ ଗାଡ଼ି ଚାଳକକୁ ମାଡ଼ ଘଟଣା ଏବେ ଦିନକୁ ଦିନ ନୂଆ ମୋଡ଼ ନେଇଛି । ବିଦ୍ୟାଳୟରେ ଅସୁରକ୍ଷିତ ଥିଲେ ଗାଡ଼ି ଚାଳକ ବିଦ୍ୟାଧର ହାତୀ । ଜୀବନ ପ୍ରତି ବିପଦ ରହୁଥିବା ନେଇ ସୁରକ୍ଷା ପାଇଁ ଉପଜିଲ୍ଲାପାଳଙ୍କୁ ଅନୁରୋଧ ମଧ୍ୟ କରିଥିଲେ ବିଦ୍ୟାଧର । ରାଜ୍ୟ

ବଡ଼କେରା: ନବୋଦୟ ବିଦ୍ୟାଳୟରେ ଗାଡ଼ିଚାଳକକୁ ମାଡ଼ ଘଟଣା ଏବେ ଦିନକୁ ଦିନ ନୂଆ ମୋଡ଼ ନେଇଛି । ବିଦ୍ୟାଳୟରେ ଅସୁରକ୍ଷିତ ଥିଲେ ଗାଡ଼ି ଚାଳକ ବିଦ୍ୟାଧର ହାତୀ । ଜୀବନ ପ୍ରତି ବିପଦ ରହୁଥିବା ନେଇ ସୁରକ୍ଷା ପାଇଁ ଉପଜିଲ୍ଲାପାଳଙ୍କୁ ଅନୁରୋଧ ମଧ୍ୟ କରିଥିଲେ ବିଦ୍ୟାଧର । ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶିତ ପରେ ମାନବାଧିକାରରେ ମାମଲା ରୁଜୁ ହେବାସହିତ ଗତକାଲି ସସ୍ମିତା ଦାସ ଟ୍ୱିଟର ମାଧ୍ୟମରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ନବୋଦୟ ବିଦ୍ୟାଳୟ ସମିତି ହେଡ଼ କ୍ଵାର୍ଟରକୁ ଜଣାଇଛନ୍ତି । ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି ।
ସୂଚନା ଅନୁସାରେ, ଅଗଷ୍ଟ ୮ ତାରିଖରେ ପୀଡ଼ିତ ଗାଡି ଚାଳକ ବନ୍ତଳାସ୍ଥିତ ଚମ୍ପତିମୁଣ୍ଡା ନବୋଦୟ ବିଦ୍ୟାଳୟରେ ତାଙ୍କର ନିୟମିତ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ। କର୍ତ୍ତବ୍ୟ ସମ୍ପାଦନ ସମୟରେ ବିନା କୌଣସି ଉଦ୍ଦେଶ୍ୟ କିମ୍ବା ଖରାପ ମନୋଭାବରେ ତାଙ୍କ ଗୋଡ଼ ଆକସ୍ମିକ ଭାବରେ ଜଣେ ଛାତ୍ରଙ୍କ ଗୋଡ଼ରେ ବାଜି ଯାଇଥିଲା। ଛାତ୍ର ଜଣକ ଏହି ଘଟଣା ସମ୍ପର୍କରେ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଏହାପରେ ଅଧ୍ୟକ୍ଷ ଚାଳକ ବିଦ୍ୟାଧରଙ୍କୁ ଗୋଟିଏ କୋଠରୀକୁ ଡାକି କବାଟ ବନ୍ଦ କରିଦେଇଥିଲେ ଏବଂ ତାଙ୍କୁ ସେଠାରୁ ବାହାରକୁ ଯିବାକୁ ବାରଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଅଧ୍ୟକ୍ଷ ଏବଂ କିଛି କର୍ମଚାରୀ ମିଶି ବିଦ୍ୟାଧରଙ୍କୁ ପ୍ରାୟ ତିନି ଘଣ୍ଟା ଧରି ମାଡ଼ ମାରିଥିଲେ । ଗାଳିଗୁଲଜ କରିଥିଲେ ଏବଂ ଅପମାନିତ କରିଥିଲେ । ଯାହା ଫଳରେ ତାଙ୍କ ଶରୀରରେ କ୍ଷତ ସୃଷ୍ଟି ହୋଇଥିଲା ଓ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ପଡ଼ିଥିଲା। ଏହି ଘଟଣା ଫଳରେ ତାଙ୍କୁ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଭୋଗିବାକୁ ପଡ଼ିଲା, ଡାକ୍ତରୀ ଖର୍ଚ୍ଚ ହେଲା ଏବଂ ତାଙ୍କ ଜୀବିକାରେ ବ୍ୟାଘାତ ସୃଷ୍ଟି ହେଲା। ପରବର୍ତ୍ତୀ ସମୟରେ ଡ୍ରାଇଭର ଜଣକ ବନ୍ତଳା ଥାନାରେ ଥାନା ଅଧିକାରଙ୍କ ନିକଟରେ ଏକ ଅଭିଯୋଗ କରିଥିଲେ । ମାମଲାରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ବିଭୂତି ପ୍ରଧାନ କହିଥିଲେ ।

ଏହି ଘଟଣା ଏକ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି ଯେ ଏକ ସରକାରୀ ଶିକ୍ଷାନୁଷ୍ଠାନରେ କ୍ଷମତାରେ ଥିବା ବ୍ୟକ୍ତିମାନେ କିପରି ଉପଯୁକ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରିବା ପରିବର୍ତ୍ତେ ନିଜ ହାତକୁ ଆଇନ ନେଇପାରିବେ ଏବଂ ଜଣେ ବ୍ୟକ୍ତିଙ୍କୁ ଶାରୀରିକ ଓ ମାନସିକ ଆକ୍ରମଣ ତଥା ଆବଦ୍ଧ କରିପାରିବେ। କୌଣସି ବ୍ୟକ୍ତି, ତାଙ୍କର ପଦବୀ କିମ୍ବା କ୍ଷମତା ଯାହା ବି ଥାଉ ନା କାହିଁକି, ଆଇନକୁ ନିଜ ହାତକୁ ନେବା ଉଚିତ୍ ନୁହେଁ। ଯଦି ଏହା ପ୍ରମାଣିତ ହୁଏ, ତେବେ ଏଭଳି ଆଚରଣ କ୍ଷମତାର ଗୁରୁତର ଅପବ୍ୟବହାର ଏବଂ ପୀଡ଼ିତଙ୍କ ମର୍ଯ୍ୟାଦା ତଥା ମୌଳିକ ମାନବିକ ଅଧିକାରର ଉଲ୍ଲଂଘନ ବୋଲି ଧରାଯିବ। ତେଣୁ ଏହି ବିଷୟରେ ଏକ ନିରପେକ୍ଷ ତଦନ୍ତ ଏବଂ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି  ସସ୍ମିତା ଦାସ, ଅଧ୍ୟକ୍ଷା ଷ୍ଟେଟ ହ୍ୟୁମାନ ରାଇଟ୍ସ କାଉନସିଲ.ଓଡିଶା କହିଛନ୍ତି ଅନଗୁଳରେ ଅବସ୍ଥିତ ନବୋଦୟ ବିଦ୍ୟାଳୟର ଗାଡ଼ି ଡ୍ରାଇଭର ବିଦ୍ୟାଧର ହାତୀଙ୍କୁ ବିଦ୍ୟାଳୟର ପ୍ରିନ୍ସପାଲ ଓ ଷ୍ଟାଫ ମରଣାତ୍ମକ ମାଡ ମାରିବା ଏକ ନିନ୍ଦନୀୟ ଘଟଣା ଅଟେ। ସରକାରୀ ଅଧିକାରୀ ହୋଇ ଆଇନକୁ ହାତକୁ ନେବା ଏକ ଅପରାଧ ଅଟେ। ଏହି ଘଟଣାର ସ୍ଵଛ ଓ ନିରପେକ୍ଷ ତଦନ୍ତ କରି ତୁରନ୍ତ ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁଗୋଳ ଜ଼ିଲ୍ଲା ଏସପି ମହୋଦୟଙ୍କୁ ଅନୁରୋଧ.କରିବା ସହିତ ବିଦ୍ୟାଧର ହାତୀଙ୍କର ଯେଉଁ ମାନବଧିକାର କ୍ଷୁର୍ଣ୍ଣ ହୋଇଛି ସେଥିପାଇଁ ଉଚିତ କାର୍ଯ୍ୟନୁାଷ୍ଠାନ ଗ୍ରହଣ ହେବା ଆବଶ୍ୟକ।.

ଦିନକୁ ଦିନ ଘଟଣାର ନୂଆ ମୋଡ଼ ଓ ସାମାଜିକ କର୍ମୀ ମାନେ ଵିଦ୍ୟାଧରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଭିଯୋଗ କରୁଥିବା ଜଣା ପଡ଼ିଛି । ଗତକାଲି ସସ୍ମିତା ଦାସ, ଅଧ୍ୟକ୍ଷା ଷ୍ଟେଟ ହ୍ୟୁମାନ ରାଇଟ୍ସ କାଉନସିଲ.ଓଡିଶା ଟ୍ୱଟର ମାଧ୍ୟମରେ ପ୍ରଧାନ ମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ନବୋଦୟ ବିଦ୍ୟାଳୟ ସମିତି ହେଡ଼ କ୍ଵଟର କୁ ଜଣାଇଛନ୍ତି l ସରକାର ଵିଦ୍ୟାଧରଙ୍କୁ କେବେ ନ୍ୟାୟ ଦେବେ ଅପେକ୍ଷାରେ ସାମାଜିକ କର୍ମୀ ଓ ଅଞ୍ଚଳବାସୀ ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button