ରାଜ୍ୟ
Alcohol Seized: ରଣପୁରରେ ଅବକାରୀର କଡ଼ା କାର୍ଯ୍ୟାନୁଷ୍ଠାନ, ୪୨୦ ଲିଟର ହାତରନ୍ଧା ଦେଶୀ ମଦ ଜବତ
ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଆସୁଥିବା ଚୋରା ହାତରନ୍ଧା ଦେଶୀ ମଦ କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ଧରଣର ସଫଳତା ପାଇଛି। ଏକ ସ୍ୱତନ୍ତ୍ର ଚଢ଼ାଉରେ ବିଭାଗ ୪୨୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୮୪ ହଜାର ଟଙ୍କା ବୋଲି ଜଣାପଡ଼ିଛି।

ରଣପୁର: ନୟାଗଡ଼ଜିଲ୍ଲା ରଣପୁର ଅବକାରୀ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଆସୁଥିବା ଚୋରା ହାତରନ୍ଧା ଦେଶୀ ମଦ କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ଧରଣର ସଫଳତା ପାଇଛି। ଏକ ସ୍ୱତନ୍ତ୍ର ଚଢ଼ାଉରେ ବିଭାଗ ୪୨୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୮୪ ହଜାର ଟଙ୍କା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ରଣପୁର ଅବକାରୀ ଥାନା ଅଞ୍ଚଳରେ ବ୍ୟାପକ ଭାବେ ଚୋରା ଦେଶୀ ମଦ କାରବାର ଚାଲୁଥିବାରୁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିଲେ। ଏହାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ଚିନ୍ତା ପ୍ରକାଶ ପାଉଥିଲା। ଏହି ପରିପ୍ରେକ୍ଷୀରେ ରଣପୁର ଅବକାରୀ ଥାନାରେ ନୂତନ ଉପ-ନିରୀକ୍ଷକ ଭାବେ ଶଶିକାନ୍ତ ରାଉତ ଯୋଗଦେବା ପରେ ଅଞ୍ଚଳରେ ପେଟ୍ରୋଲିଂ ଓ ଚଢ଼ାଉକୁ ଜୋରଦାର କରାଯାଇଛି।
ସୌଜନ୍ୟ ସମ୍ବାଦ




