ରାଜ୍ୟ

Odisha Police: ଓଡ଼ିଶା ପୁଲିସକୁ ସଡ଼କ ସୁରକ୍ଷା ଚିନ୍ତା: ଏଣିକି ବୈଜ୍ଞାନିକ ପଦ୍ଧତିରେ ସଡ଼କ ସୁରକ୍ଷା

ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ପୁଲିସ ପକ୍ଷରୁ କଟକସ୍ଥିତ କେନ୍ଦ୍ରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଦିନିକିଆ ‘ସଡ଼କ ସୁରକ୍ଷା ଓ ଦୁର୍ଘଟଣା ତଦନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ ଆୟୋଜିତ ହୋଇଯାଇଛି।

କଟକ: ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ପୁଲିସ ପକ୍ଷରୁ କଟକସ୍ଥିତ କେନ୍ଦ୍ରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଦିନିକିଆ ‘ସଡ଼କ ସୁରକ୍ଷା ଓ ଦୁର୍ଘଟଣା ତଦନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ ଆୟୋଜିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପୁଲିସ ଅଧିକାରୀଙ୍କ ସମେତ ସଡ଼କ ସୁରକ୍ଷା ସହ ସମ୍ପୃକ୍ତ ବିଭିନ୍ନ ଅଂଶୀଦାର ଯୋଗଦେଇଥିଲେ। ଏସ୍‌ଟିଏର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ ଆଇଆଇଟି ମାଡ୍ରାସର ବୈଷୟିକ ବିଶେଷଜ୍ଞମାନେ ଏଥିରେ ଯୋଗଦେଇ ବୈଜ୍ଞାନିକ ପଦ୍ଧତିରେ ସଡ଼କ ଦୁର୍ଘଟଣାର ତଦନ୍ତ ଓ ସଡ଼କ ସୁରକ୍ଷା ପରିଚାଳନା ସମ୍ପର୍କରେ ବୈଷୟିକ ଜ୍ଞାନ ଏବଂ ବ୍ୟବହାରିକ ପରାମର୍ଶ ପ୍ରଦାନ କରିଛନ୍ତି। କେନ୍ଦ୍ରାଞ୍ଚଳ ଆଇଜି ଡକ୍ଟର ସତ୍ୟଜିତ ନାୟକଙ୍କ ତତ୍ତ୍ୱାବଧାନରେ ଏବଂ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ସହ ସମନ୍ୱୟରେ ମଙ୍ଗଳବାର ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କେନ୍ଦ୍ରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ତାଲିମ

ପ୍ରଶିକ୍ଷଣରେ ଦୁର୍ଘଟଣାର ତଦନ୍ତ ପାଇଁ ଏକ ବ୍ୟବସ୍ଥିତ ଓ ବୈଜ୍ଞାନିକ ପଦ୍ଧତି ବିକଶିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଦୁର୍ଘଟଣାସ୍ଥଳ ପରୀକ୍ଷା, ଦୁର୍ଘଟଣାରେ ସହାୟକ କାରକ ଚିହ୍ନଟ, ପ୍ରମାଣର ବୈଜ୍ଞାନିକ ସଂଗ୍ରହ ଓ ସୁରକ୍ଷିତ ସଂରକ୍ଷଣ, ଦୁର୍ଘଟଣା ପୁନର୍ନିର୍ମାଣ, ଦୁର୍ଘଟଣାର ପରିସ୍ଥିତି ବିଶ୍ଳେଷଣ ଏବଂ ତଦନ୍ତ ରିପୋର୍ଟ ପ୍ରସ୍ତୁତି ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏସ୍‌ଟିଏ ପକ୍ଷରୁ ସଡ଼କ ସୁରକ୍ଷା କ୍ଷେତ୍ରରେ ତଥ୍ୟଭିତ୍ତିକ ଓ ପ୍ରଯୁକ୍ତିଭିତ୍ତିକ ପଦ୍ଧତିକୁ ପ୍ରୋତ୍ସାହନ ଦେବା ପାଇଁ ସଡ଼କ ସୁରକ୍ଷା ତଥ୍ୟ ପରିଚାଳନାକୁ ସୁଦୃଢ଼ କରିବା, ରୋଡ୍ ସେଫ୍‌ଟି ଡ୍ୟାସ୍‌ବୋର୍ଡ ବିକଶିତ କରିବା, ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଏବଂ ଦୁର୍ଘଟଣା ପ୍ରତିରୋଧ ପାଇଁ ପ୍ରମାଣଭିତ୍ତିକ ପଦକ୍ଷେପ ଗ୍ରହଣ ଭଳି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button