ଖେଳ

Duleep Trophy: ଦଲୀପ ଟ୍ରଫି: ଅବିଦଙ୍କୁ ୯ ୱିକେଟ୍‌; ସେମିରେ ଉତ୍ତରାଞ୍ଚଳ

ପଶ୍ଚିମାଞ୍ଚଳକୁ ୫୨ ରନ୍‌ରେ ହରାଇ ଉତ୍ତରାଞ୍ଚଳ ଚଳିତ ଦଲୀପ ଟ୍ରଫିର ସେମିଫାଇନାଲ୍‌ରେ ପହଞ୍ଚିଛି। ୨୮୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଶ୍ଚିମାଞ୍ଚଳ ଦ୍ବିତୀୟ ପାଳି ୨୩୪ ରନ୍‌ରେ ଅଟକି ଯାଇଛି।

ବେଙ୍ଗାଲୁରୁ: ପଶ୍ଚିମାଞ୍ଚଳକୁ ୫୨ ରନ୍‌ରେ ହରାଇ ଉତ୍ତରାଞ୍ଚଳ ଚଳିତ ଦଲୀପ ଟ୍ରଫିର ସେମିଫାଇନାଲ୍‌ରେ ପହଞ୍ଚିଛି। ୨୮୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଶ୍ଚିମାଞ୍ଚଳ ଦ୍ବିତୀୟ ପାଳି ୨୩୪ ରନ୍‌ରେ ଅଟକି ଯାଇଛି। ଗତକାଲିର ସ୍କୋର୍‌ ୨୨୦/୭ରୁ ଖେଳ ଆରମ୍ଭ କରିଥିବା ପଶ୍ଚିମାଞ୍ଚଳ ଏଥିରେ ମାତ୍ର ୧୪ ରନ୍‌ ଯୋଡ଼ି ଅବଶିଷ୍ଟ ୩ ୱିକେଟ୍‌ ହରାଇଥିଲା। ପଶ୍ଚିମାଞ୍ଚଳର ମୁଶୀର ଖାନ (୯୬), ଋତୁରାଜ ଗାଏକ୍ବାଡ (୬୬), ଶିବାଲିକ ଶର୍ମା (୨୭) ଓ ଉର୍ଭିଲ ପଟେଲ (୨୫) କେବଳ ଦୁଇଅଙ୍କ ଛୁଇଁଥିଲେ।

ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ଅବିଦ ମୁସ୍ତାକ

ଅବିଦ ମୁସ୍ତାକ ୪ ଓ ନିଶାନ୍ତ ସିନ୍ଧୁ ୨ ୱିକେଟ୍‌ ନେଇଥିଲେ। ପୂର୍ବରୁ ଉତ୍ତରାଞ୍ଚଳ ପଥମ ପାଳିରେ ୨୫୧ ଓ ଦ୍ବିତୀୟରେ ୨୨୨ ରନ୍‌ କରିଥିଲା। ପଶ୍ଚିମାଞ୍ଚଳ ପ୍ରଥମ ପାଳିରେ ୧୮୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଦୁଇଟି ଯାକ ପାଳି‌ରେ ମୋଟ ୯ ୱିକେଟ୍‌ ନେଇଥିବା ଅବିଦ ମୁସ୍ତାକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରବିବାର ଦୁଇ ସେମିଫାଇନାଲ୍‌ରେ ଉତ୍ତରାଞ୍ଚଳ-ଦକ୍ଷିଣାଞ୍ଚଳ ଏବଂ ପୂର୍ବାଞ୍ଚଳ-କେନ୍ଦ୍ରାଞ୍ଚଳ ମୁହାଁମୁହିଁ ହେବେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button