ଖେଳ

Ind vs SL Test: ପାଣିରେ ପଡ଼ିଲା ସୋନାଲ ଦିନୁଶାଙ୍କ ଶତକ, ଶ୍ରୀଲଙ୍କା ୨୯୦ ରନ୍‌ରେ ଅଲଆଉଟ୍‌

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କାର ପ୍ରଥମ ଇନିଂସ ୨୯୦ ରନ୍‌ରେ ଅଟକିଛି। କଲମ୍ବୋସ୍ଥିତ ସିଂହଳୀ ସ୍ପୋର୍ଟସ୍ କ୍ଲବ୍ ଗ୍ରାଉଣ୍ଡରେ ଚତୁର୍ଥ ଦିନର ପ୍ରଥମ ସେସନରେ ଶ୍ରୀଲଙ୍କା ଅଲଆଉଟ୍ ହୋଇଛି।

କଲମ୍ବୋ: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କାର ପ୍ରଥମ ଇନିଂସ ୨୯୦ ରନ୍‌ରେ ଅଟକିଛି। କଲମ୍ବୋସ୍ଥିତ ସିଂହଳୀ ସ୍ପୋର୍ଟସ୍ କ୍ଲବ୍ ଗ୍ରାଉଣ୍ଡରେ ଚତୁର୍ଥ ଦିନର ପ୍ରଥମ ସେସନରେ ଶ୍ରୀଲଙ୍କା ଅଲଆଉଟ୍ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟରେ ୫୦୩ ରନ୍‌ରେ  ଇନିଂସ ଘୋଷଣା କରିଥିଲା। ଶ୍ରୀଲଙ୍କା ମାତ୍ର ୧୭୩ ରନରେ ୭ ୱିକେଟ ହରାଇଥିଲା। କିନ୍ତୁ ୨୯୦ ରନ୍‌ରେ ପହଞ୍ଚିବାରେ ସଫଳ ହୋଇଥିଲା। ପ୍ରଥମ ଇନିଂସରେ ଭାରତ ୨୧୩ ରନ୍‌ର ଲିଡ୍ ପାଇଛି।

ଭାରତୀୟ ଦଳ କଲମ୍ବୋରେ ଫଲୋଅନ୍ ଦେଇଛି। ଫଲୋଅନ୍ ଏଡାଇବା ପାଇଁ ଶ୍ରୀଲଙ୍କାକୁ ୩୦୪ ରନ କରିବାକୁ ପଡ଼ିବ। ଚତୁର୍ଥ ଦିନ ସକାଳେ ସରାଂଶ ଜୈନ ଉଭୟ ଶ୍ରୀଲଙ୍କା ୱିକେଟ ନେଇଥିଲେ। ପ୍ରଥମେ ସେ ଲାହିରୁ କୁମାରାକୁ ଆଉଟ୍ କରିଥିଲେ, ଯାହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ୱିକେଟ ଥିଲା। ତା’ପରେ ସେ ଶତକ ହାସଲ କରିଥିବା ସୋନାଲଙ୍କୁ ଆଉଟ୍ କରି ଶ୍ରୀଲଙ୍କାର ଇନିଂସକୁ ସଫା କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button