ରାଜ୍ୟ

6 lakh young voters of Ganjam: ବାଜି ବଦଳାଇବେ ଗଞ୍ଜାମର ୬ ଲକ୍ଷ ଯୁବ ଭୋଟର!

ଗଞ୍ଜାମ ଜିଲ୍ଲାର ନିର୍ବାଚନୀ ଗଣିତରେ ଯୁବ ଭୋଟରମାନେ ଏବେ ଏକ ବଡ଼ଶକ୍ତି ଭାବେ ଉଭା ହୋଇଛନ୍ତି। ୨୦୨୫ର ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ଜିଲ୍ଲାର ୧୩ଟି ବିଧାନସଭା ଆସନରେ ମୋଟ ୩୦ ଲକ୍ଷ ୨୬ ହଜାର ୨୨୦ ଭୋଟର ଅଛନ୍ତି।

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନିର୍ବାଚନୀ ଗଣିତରେ ଯୁବ ଭୋଟରମାନେ ଏବେ ଏକ ବଡ଼ଶକ୍ତି ଭାବେ ଉଭା ହୋଇଛନ୍ତି। ୨୦୨୫ର ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ଜିଲ୍ଲାର ୧୩ଟି ବିଧାନସଭା ଆସନରେ ମୋଟ ୩୦ ଲକ୍ଷ ୨୬ ହଜାର ୨୨୦ ଭୋଟର ଅଛନ୍ତି। ସେଥିରୁ ୧୮ ରୁ ୧୯ ବର୍ଷ ବୟସର ୪୨,୨୭୨ ଓ ୨୦ ରୁ ୨୯ ବର୍ଷର ୬,୧୮,୪୦୧ ଭୋଟର ରହିଛନ୍ତି।। ଅର୍ଥାତ୍‌ ୧୮ରୁ ୨୯ ବର୍ଷ ବୟସର ମୋଟ ଭୋଟର ସଂଖ୍ୟା ହେଉଛି ୬ ଲକ୍ଷ ୬୦ ହଜାର ୬୭୩। ଏହା ଗଞ୍ଜାମର ମୋଟ ଭୋଟର ସଂଖ୍ୟାର ପ୍ରାୟ ୨୧.୮୨ ପ୍ରତିଶତ।

ମୋଟ ଭୋଟରଙ୍କ ମଧ୍ୟରେ ୨୧.୮୨% ଯୁବବର୍ଗ 
୧୮ରୁ ୧୯ ବର୍ଷ ବୟସର ୪୨ ହଜାର 
ନିଯୁକ୍ତି, ଶିକ୍ଷା ଓ ଦାଦନ ହେବ ବଡ଼ ପ୍ରସଙ୍ଗ 

ହିସାବ କହୁଛି, ଗଞ୍ଜାମର ପ୍ରତି ୫ ଜଣ ଭୋଟରଙ୍କ ମଧ୍ୟରୁ ଜଣେ ୧୮ରୁ ୨୯ ବର୍ଷର। ଏହି ବୟସ ବର୍ଗ ହେଉଛି ଚାକିରି, ରୋଜଗାର, ଶିକ୍ଷା, ଦକ୍ଷତା ବିକାଶ, ପ୍ରବାସ ଓ ସ୍ଥାନୀୟ ସୁଯୋଗ ଭଳି ପ୍ରସଙ୍ଗର ସିଧାସଳଖ ଅଂଶୀଦାର। ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହି ୬.୬୧ ଲକ୍ଷ ଭୋଟରଙ୍କ ଭୂମିକା ଗୁରୁତ୍ୱ ପାଇବା ସ୍ୱାଭାବିକ। ସାରା ଦେଶରେ ‘ଜେନ-ଜି’ ପ୍ରସଙ୍ଗ ଆଲୋଚନାର ବିଷୟ ପାଲଟିଥିଲା ବେଳେ ଗଞ୍ଜାମର ଜେନ-ଜି ମଧ୍ୟ ଭୋଟ ଗଣିତକୁ ଓଲଟପାଲଟ କରିଦେଇପାରନ୍ତି। ଦାଦନ, ନିଯୁକ୍ତି ଓ ଶିକ୍ଷା ପୂରା ଜିଲ୍ଲା ଲାଗି ବଡ଼ ପ୍ରସଙ୍ଗ। ଯାହାକୁ ଏହି ବର୍ଗ ଆସନ୍ତା ନିର୍ବାଚନରେ ମୁଦ୍ଦା କରିବେ ବୋଲି ଆକଳନ କରାଯାଇଛି।
ତେବେ ଗଞ୍ଜାମର ଭୋଟ ଗଣିତ କେବଳ ଯୁବବର୍ଗଙ୍କ ମଧ୍ୟରେ ସୀମିତ ନୁହେଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button