ନେପାଳରେ ଅଚାନକ ବନ୍ୟା ଆସିବା ନୂଆ ନୁହେଁ, ପୂର୍ବରୁ ୫ ଥର ଘଟିଛି ପ୍ରଳୟଙ୍କାରୀ ବନ୍ୟା, ଜାଣନ୍ତୁ ପୂରା ତଥ୍ୟ….

ନୂଆଦିଲ୍ଲୀ ୨୭/୦୮: ନେପାଳରେ ଅଚାନକ ବନ୍ୟା ଆସିବା ନୂଆ ନୁହେଁ । ଭୌଗୋଳିକ ଦୃଷ୍ଟିରୁ ଦେଖିଲେ ଏଠାରେ ଅଚାନକ ବନ୍ୟା ଆସିବା ନିଶ୍ଚିତ । କାରଣ ନେପାଳର ନଦୀଗୁଡିକ ହିମାଳୟ ଅଞ୍ଚଳରୁ ବାହାରି ସଂକୀର୍ଣ୍ଣ ପଥରେ ଜନବସତିର ଅତି ନିକଟତର ଦେଇ ପ୍ରବାହିତ ହେଉଛି । ବର୍ଷା ସମୟରେ ହିମାଳୟ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁ ହଠାତ୍ ନଦୀରେ ଜଳସ୍ତର ବଢ଼ି ଯାଇଥାଏ । ବେଳେ ବେଳେ ଭୂସ୍ଖଳନ ଯୋଗୁ ନଦୀର ଜଳସ୍ରୋତ ଅଟକି ଯାଏ । ପରବର୍ତ୍ତୀ ସମୟରେ ଏହି ଜଳ ତଳିଆ ଅଞ୍ଚଳକୁ ହଠାତ୍ ମାଡିଆସେ । ଯାହାଫଳରେ ଘରଦ୍ୱାର ଠାରୁ ଆରମ୍ଭ କରି ପୋଲ, ରାସ୍ତା ଯାହା ଏହାର ସମ୍ମୁଖକୁ ଆସିଲା ସବୁକିଛି ଭସାଇ ନିଏ । ବେଳେ ବେଳେ ହିମାଳୟରେ ଥିବା ବରଫ ହ୍ରଦରେ ହଠାତ ପାଣି ବଢ଼ିଗଲା ପରେ ତାହା ଭୁଶୁଡି ପଡିବା ସହ ପ୍ରବଳ ବେଗରେ ପାଣି ମାଡ଼ିଆସି ବନ୍ୟା ପରିସ୍ଥିତି ସୃଷ୍ଟି କରେ । ପୂର୍ବରୁ ନେପାଳରେ ଏଭଳି ପ୍ରଳୟ ଘଟି ବହୁ ଧନଜୀବନ ହାନି ହୋଇଛି ।
୨୦୨୫: ଗତବର୍ଷ ଜୁଲାଇ ୮ ତାରିଖରେ ରସୁୱା ଜିଲ୍ଲାର ଭୋଟେକୋଶୀ ନଦୀରେ ହଠାତ୍ ପ୍ରଳୟଙ୍କରୀ ବନ୍ୟା ଆସିଥିଲା । ତିକ୍ରତ ଅଞ୍ଚଳରେ ଥିବା ଏକ ବରଫ ହ୍ରଦରୁ ହଠାତ ପାଣି ମାଡି ଆସିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୧୧ ଜଣ ନିଖୋଜ ହୋଇଯାଇଥିଲେ ।
୨୦୨୪: ପ୍ରବଳ ବର୍ଷା ଯୋଗୁ ୨୦୨୪ ସେପ୍ଟେମ୍ବର ୨୭-୨୮ରେ ନେପାଳରେ ଆସିଥିଲା ଭୟାବହ ବନ୍ୟା । ଏଥିରେ ୨୧ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ଏହି ବନ୍ୟାରେ ୨୫୦ ଜଣ ପ୍ରାଣ ହରାଇଥିଲା ବେଳେ ୧୮୦ରୁ ଅଧିକ ଆହତ ହୋଇଥିଲେ । ସେହିଭଳି ୧୮ ଜଣ ନିଖୋଜ ହୋଇଯାଇଥିଲେ ।
ସୌଜନ୍ୟ ପ୍ରମେୟ




