ଖେଳ

Women’s Asia Cup 2026: ଥାଇଲାଣ୍ଡକୁ ଘାଇଲା କଲେ ଶେଫାଳି-ଦିପ୍ତୀ, ଭାରତର ଜବରଦସ୍ତ ବିଜୟ ଅଭିଯାନ

ନୂଆଦିଲ୍ଲୀ,୩୧/୦୮: ଚଳିତ ମହିଳା ଟି-ଟ୍ୱେଣ୍ଟି ଏସିଆ କପରେ ଭାରତୀୟ ଦଳ ଧମାକାଦାର ଆରମ୍ଭ କରିଛି । ଥାଇଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଜବରଦସ୍ତ ବିଜୟ ହାସଲ କରିଛି ଟିମ୍ ହରମନପ୍ରୀତ । ୯୪ ରନର ବଡ଼ ବିଜୟ ସହ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ୩୬ ବଲରେ ୬୪ ରନର ଦମଦାର ପାଳି ଖେଳିଥିବା ସେଫାଳି ବର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଆସନ୍ତା ସେପ୍ଟେମ୍ବର ୫ରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଥାଇଲାଣ୍ଡ ବିପକ୍ଷ ବିଜୟ ସହ ଭାରତ ଗ୍ରୁପ ଏରେ ୨ ପଏଣ୍ଟ ସହ ଟେବୁଲ୍‌ ଟପ୍‌ରେ ରହିଛି ।

ରବିବାର ଅନୁଷ୍ଠିତ ଗ୍ରୁପ୍-ଏ’ର ଏକ ମ୍ୟାଚ୍ରେ ଦଳ ୯୪ ରନ୍‌ରେ ଥାଇଲାଣ୍ଡକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହରାଇ ୧୫୯ରନ୍ ସଂଗ୍ରହ କରିଥିଲା । ଜବାବରେ ଥାଇଲାଣ୍ଡ ୧୬.୧ ଓଭରରେ ୬୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଥାଇଲାଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଜଣାଇଥିଲା । ସ୍ମୃତି ମନ୍ଧନା ଓ ଶେଫାଳି ବର୍ମା ୧୮ଟି ବଲ୍‌ରେ ୩୮ରନ୍ ସଂଗ୍ରହ କରିଥିଲେ । ତୃତୀୟ ଓଭରରେ ମନ୍ଧନା ରନ୍ ଆଉଟ୍ ହୋଇଥିଲେ । ସେ ୪ଚୌକା ବଳରେ ୧୯ରନ୍ କରିଥିଲେ । ପଦାର୍ପଣ ମ୍ୟାଚ୍ ଖେଳୁଥିବା ପ୍ରତୀକା ରାୱଲ କ୍ରିଜ୍‌ରେ ଯୋଗଦେଇ ଶେଫାଳିଙ୍କ ସହ ମିଶି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଦଳୀୟ ସ୍କୋର ୯୧ରେ ପ୍ରତୀକାଙ୍କ ୱିକେ୍‌ରେ ପତନ ଘଟିଥିଲା । ସେ ୨୨ (୨ଚୌକା, ୧ଛକା) ରନ୍ କରିଥିଲେ । ଶେଫାଳି ୨୬ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଅଧିନାୟିକା ହର୍ମନପ୍ରୀତ କୌରଙ୍କଠୁ ବଡ଼ ଇନିଂସ୍ ଆଶା କରାଯାଉଥିଲା । ମାତ୍ର ସେ ୫ରନ୍ କରି ବିଦାୟ ନେଇଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ବ୍ୟାଟିଂ ବିପର୍ଯ୍ୟୟ । ଶେଫାଳି ୩୬ବଲ୍‌ରେ ୬୪ (୮ଚୌକା ଓ ୩ଛକା) ରନ୍ କରି ପାଭିଲିୟନ ଲେଉଟିଥିଲେ । ପରବର୍ତ୍ତୀ ବ୍ୟାଟରମାନେ ବଡ଼ ସଟ୍ ଖେଳିବାକୁ ଯାଇ ବିଫଳ ହୋଇଥିଲେ । ଭାରତୀ ଫୁଲମାଳି ୧୩ ଓ କ୍ରାନ୍ତି ଗୌଡ଼ ଅପରାଜିତ ୧୫ (୧ଚୌକା, ୧ଛକା) ରନ୍ ଯୋଗ କରିବା ଫଳରେ ଦଳୀୟ ସ୍କୋର ୯/୧୫୯ରେ ପହଞ୍ଚିଥିଲା । ଥାଇଲାଣ୍ଡ ପକ୍ଷରୁ ଏସ୍ ଲାଓମି ୩ଟି ଓ ସୁନିଦା ଚତୁରଙ୍ଗରାତ୍ତନା ୨ଟି ୱିକେଟ୍ ନେଇଥିଲେ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button