ଦେଶ ବିଦେଶ
Anna Hazare: ଆନ୍ନା ହଜାରେ ଅସୁସ୍ଥ; ଭୂତାଣୁ ସଂକ୍ରମଣ ଓ ଡିହାଇଡ୍ରେସନ୍ ଯୋଗୁଁ ବମ୍ବେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି
ସାମାଜିକ କର୍ମୀ ଆନ୍ନା ହଜାରେ ଅସୁସ୍ଥ ଅଛନ୍ତି। ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ହଜାରେଙ୍କ ସ୍ୱାସ୍ଥ୍ୟାବସ୍ଥା ମହାରାଷ୍ଟ୍ରର ତାଙ୍କ ଜନ୍ମସ୍ଥାନ ରାଲେଗାଁ ସିଦ୍ଧି ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସା ସମୟରେ ଗୁରୁତର ହେବାରୁ ତାଙ୍କୁ ମୁମ୍ବାଇ ଅଣା ଯାଇଥିଲା।

ମୁମ୍ବାଇ: ସାମାଜିକ କର୍ମୀ ଆନ୍ନା ହଜାରେ ଅସୁସ୍ଥ ଅଛନ୍ତି। ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ହଜାରେଙ୍କ ସ୍ୱାସ୍ଥ୍ୟାବସ୍ଥା ମହାରାଷ୍ଟ୍ରର ତାଙ୍କ ଜନ୍ମସ୍ଥାନ ରାଲେଗାଁ ସିଦ୍ଧି ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସା ସମୟରେ ଗୁରୁତର ହେବାରୁ ତାଙ୍କୁ ମୁମ୍ବାଇ ଅଣା ଯାଇଥିଲା। ରିପୋର୍ଟ ଅନୁଯାୟୀ, ହଜାରେଙ୍କୁ ଗୁରୁତର ଭାଇରାଲ୍ ସଂକ୍ରମଣ ଓ ଅତ୍ୟଧିକ ଡିହାଇଡ୍ରେସନ ହେବା ପରେ ମୁମ୍ବାଇ ସ୍ଥାନାନ୍ତରିତ କରାଯାଇଥିଲା। ସେ ବର୍ତ୍ତମାନ ବମ୍ବେ ହସ୍ପିଟାଲରେ ଡାକ୍ତର ଗୌତମ ବଂଶାଲିଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଅସୁସ୍ଥ ହଜାରେଙ୍କୁ ତାଙ୍କ କେୟାରଟେକର୍ ଏକ କାର୍ଡିଆକ୍ ଆମ୍ବୁଲାନ୍ସରେ ମୁମ୍ବାଇ ଆଣିଥିଲେ।
ସୌଜନ୍ୟ ସମ୍ବାଦ




