ଦେଶ ବିଦେଶ

Arrest : ଅନ୍ୟ ରାଜ୍ୟରେ କାମ ଓ ଚୁଟି କାଟିବାକୁ ବିରୋଧ; ଝିଅକୁ ହତ୍ୟା ଅଭିଯୋଗରେ ବାପା ଗିରଫ

ମଧ୍ୟପ୍ରଦେଶର ଗ୍ବାଲିଅର ଜିଲ୍ଲାରେ ଅନ୍ୟ ରାଜ୍ୟରେ କାମ କରିବା, ଚୁଟି ଛୋଟ କରି କାଟିବା ଏବଂ ଜଣେ ପୁରୁଷ ସହକର୍ମୀଙ୍କୁ ଘରକୁ ଆଣିବାକୁ ବିରୋଧ କରି ୨୧ ବର୍ଷୀୟା ନନ୍ଦନୀ ଯାଦବଙ୍କୁ ତାଙ୍କ ବାପା ଓ କାକା ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଭୋପାଳ: ମଧ୍ୟପ୍ରଦେଶର ଗ୍ବାଲିଅର ଜିଲ୍ଲାରେ ଅନ୍ୟ ରାଜ୍ୟରେ କାମ କରିବା, ଚୁଟି ଛୋଟ କରି କାଟିବା ଏବଂ ଜଣେ ପୁରୁଷ ସହକର୍ମୀଙ୍କୁ ଘରକୁ ଆଣିବାକୁ ବିରୋଧ କରି ୨୧ ବର୍ଷୀୟା ନନ୍ଦନୀ ଯାଦବଙ୍କୁ ତାଙ୍କ ବାପା ଓ କାକା ହତ୍ୟାକରିଥିବା ଅଭିଯୋଗ ହୋଇଛି। ଘଟଣାରେ ବାପା ଭଗୱାନ ସିଂହ ଯାଦବଙ୍କୁ ପୁଲିସ ଗିରଫ କରିଥିବା ବେଳେ କାକା ସନ୍ତୋଷ ସିଂହ ଯାଦବ ଫେରାର ଅଛନ୍ତି।

ସୋମବାର ଦୁଇ ଅଭିଯୁକ୍ତ ନନ୍ଦନୀଙ୍କୁ ପୁଣି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତାଙ୍କ ୧୭ ବର୍ଷୀୟା ଭଉଣୀ ଏହାର ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା। ମା’ ନନ୍ଦନୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ପରେ ନନ୍ଦନୀଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ଦୁଇ ଅଭିଯୁକ୍ତପଳାଇ ଯାଇଥିଲେ। ନନ୍ଦନୀଙ୍କ ମା’ ଓ ଭଉଣୀଙ୍କ କାନ୍ଦ ଶୁଣି ପଡ଼ୋଶୀମାନେ ସେମାନଙ୍କୁ ଘରୁ ବାହାର କରି ପୁଲିସକୁ ଖବର ଦେଇଥିଲେ। ଏହି ଘଟଣାରେ ଏତଲା ରୁଜୁ ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button