ଜାତୀୟ

Sugar Stock Limit: ପୂଜା ଋତୁରେ ଚିନି ନେଇ ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍ ! ଜମାଖୋରଙ୍କ ଉପରେ ଲାଗିଲା ଲଗାମ

ନୂଆଦିଲ୍ଲୀ: ପୂଜା ଋତୁରେ ଦରଦାମ୍ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ଆଗକୁ ଆସୁଥିବା ପୂଜା ଋତୁକୁ ଦୃଷ୍ଟିରେ ରଖି ବଜାରରେ ଚିନିର କୃତ୍ରିମ ଅଭାବ ରୋକିବା ଏବଂ ସାଧାରଣ ଉପଭୋକ୍ତାଙ୍କୁ ସୁଲଭ ମୂଲ୍ୟରେ ଚିନି ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବଜାରରେ ଚିନିର ମହଜୁଦ ପରିମାଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବ୍ୟବସାୟୀଙ୍କ ପାଇଁ ଚିନି ଷ୍ଟକ୍ ସୀମାକୁ ୪,୦୦୦ କୁଇଣ୍ଟାଲରୁ ହ୍ରାସ କରି ସିଧାସଳଖ ୨,୦୦୦ କୁଇଣ୍ଟାଲକୁ ଖସାଇ ଦେଇଛନ୍ତି । ଏହି ନୂତନ ନିୟମ ଚଳିତ ବର୍ଷ ସେପ୍ଟେମ୍ବର ୧୫ ତାରିଖରୁ ନଭେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ ।

ଚଳିତ ବର୍ଷ ଅଗଷ୍ଟ ୧ ତାରିଖରୁ ସମଗ୍ର ଦେଶରେ ଚିନି ବ୍ୟବସାୟୀମାନଙ୍କ ପାଇଁ ମହଜୁଦ ସୀମା ୪,୦୦୦ କୁଇଣ୍ଟାଲ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନିକ ବଣ୍ଟନ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଆଗାମୀ ପର୍ବପର୍ବାଣୀକୁ ଆଖି ଆଗରେ ରଖି ଏହି ସୀମାକୁ ଅଧା କରାଯାଇଛି । ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, କୌଣସି ମଧ୍ୟ ଚିନି ବ୍ୟବସାୟୀ ଷ୍ଟକ୍ ପ୍ରାପ୍ତ ହେବା ତାରିଖରୁ ୩୦ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ନିଜ ପାଖରେ ଚିନି ମହଜୁଦ ରଖିପାରିବେ ନାହିଁ । ତେବେ ସ୍ୱତନ୍ତ୍ର ବଜାର ଚାହିଦା ଏବଂ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ କୋଲକାତା ଏବଂ ଏହାର ଆଖପାଖ ମେଟ୍ରୋପଲିଟାନ ଅଞ୍ଚଳଗୁଡ଼ିକ ପାଇଁ ପୂର୍ବଭଳି ଷ୍ଟକ୍ ସୀମା ୪,୦୦୦ କୁଇଣ୍ଟାଲ ହିଁ ବଳବତ୍ତର ରହିବ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button