Jaypur: ଜୟପୁରରେ ଆମେରିକୀୟ ଷ୍ଟାର୍ଟଅପ୍ ମୁଖ୍ୟଙ୍କ ରାଜକୀୟ ବିବାହ: ଭାରତୀୟ ବଂଶୋଦ୍ଭବ ଉଦ୍ୟୋଗୀଙ୍କୁ ବିବାହ କଲେ ଜେନି ଲି
ଆମେରିକାର ଷ୍ଟାର୍ଟଅପ୍ ହେରାର ମୁଖ୍ୟ ଜେନି ଲି ଭାରତୀୟ ବଂଶୋଦ୍ଭବ ଉଦ୍ୟୋଗୀ ସାଗର ଜାଜୁଙ୍କୁ ବିବାହ କରିଛନ୍ତି। ଜୟପୁରର ଆଇଟିସି ମେମେଣ୍ଟୋସ୍ରେ ୨୦୨୫ ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ଚାଲିଥିବା ଏହି ବିବାହ ଉତ୍ସବରେ ପାଶ୍ଚାତ୍ୟ ଓ ଭାରତୀୟ ପରମ୍ପରାର ସୁନ୍ଦର ମିଶ୍ରଣ ଦେଖିବାକୁ ମିଳିଥିଲା

ଜୟପୁର: ଆମେରିକାର ଷ୍ଟାର୍ଟଅପ୍ ହେରାର ମୁଖ୍ୟ ଜେନି ଲି ଭାରତୀୟ ବଂଶୋଦ୍ଭବ ଉଦ୍ୟୋଗୀ ସାଗର ଜାଜୁଙ୍କୁ ବିବାହ କରିଛନ୍ତି। ଜୟପୁରର ଆଇଟିସି ମେମେଣ୍ଟୋସ୍ରେ ୨୦୨୫ ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ଚାଲିଥିବା ଏହି ବିବାହ ଉତ୍ସବରେ ପାଶ୍ଚାତ୍ୟ ଓ ଭାରତୀୟ ପରମ୍ପରାର ସୁନ୍ଦର ମିଶ୍ରଣ ଦେଖିବାକୁ ମିଳିଥିଲା। ତେବେ ସେତେବେଳର ଫଟୋ ଓ ଭିଡିଓ ନିକଟରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହି ବିବାହ ଏବେ ଚର୍ଚ୍ଚାରେ ରହିଛି।
ଜେନି ଲି ନ୍ୟୁୟର୍କସ୍ଥିତ ହେରା ନାମକ ସ୍ୱାସ୍ଥ୍ୟ ପ୍ରଯୁକ୍ତି ଷ୍ଟାର୍ଟଅପ୍ର ସହପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ। ବୟସ୍କ ମାତାପିତାଙ୍କ ଯତ୍ନ, ଡାକ୍ତରୀ ନିଯୁକ୍ତି, ବୀମା ଓ ସ୍ୱାସ୍ଥ୍ୟସେବା ସମ୍ପର୍କିତ କାମକୁ ସହଜ କରିବା ହେରାର ମୁଖ୍ୟ ଉଦ୍ଦେଶ୍ୟ। ଜେନି ବର୍କଲେରେ କମ୍ପ୍ୟୁଟର ବିଜ୍ଞାନ ଓ ବ୍ୟବସାୟ ପ୍ରଶାସନ ପଢ଼ିଛନ୍ତି। ପୂର୍ବରୁ ସେ ଡ୍ରପ୍ବକ୍ସ ଓ ହେଡ୍ୱେରେ କାମ କରିଥିବା ସହ ଗୁଗଲ୍ରେ ସଫ୍ଟୱେର୍ ଇଞ୍ଜିନିୟରିଂ ଇଣ୍ଟର୍ନ ଭାବେ କାମ କରିଥିଲେ। ସାଗର ଜାଜୁ ନ୍ୟୁୟର୍କରେ କାର୍ଯ୍ୟରତ ଟେକ୍ନୋଲୋଜି ଓ ସ୍ୱାସ୍ଥ୍ୟସେବା ଉଦ୍ୟୋଗୀ। ସେ ସିଲ୍ନା ହେଲ୍ଥ୍ର ସହପ୍ରତିଷ୍ଠାତା ଓ ସିଓଓ। ତାଙ୍କ କମ୍ପାନୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ବୀମା ଅନୁମୋଦନ, ଲାଭ ଯାଞ୍ଚ ଓ ବୀମା ନିରୀକ୍ଷଣ ଭଳି କାମକୁ ସହଜ କରିବା ପାଇଁ ପ୍ରଯୁକ୍ତି ଯୋଗାଇଥାଏ।
ସୌଜନ୍ୟ ସମ୍ବାଦ




