ରାଜ୍ୟ
Chief Minister: ଭାଗବତର ୧୮ ହଜାର ଶ୍ଳୋକ ବେଶ୍ ପ୍ରାସଙ୍ଗିକ: ମୁଖ୍ୟମନ୍ତ୍ରୀ
ଶ୍ରୀମଦ୍ ଭାଗବତ ଜୀବନ ଦର୍ଶନରେ ପରିପୂର୍ଣ୍ଣ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ଆଧାରିତ ଏହି କଥାମୃତ ପଢ଼ିଲେ, ଶୁଣିଲେ କୋଟି ପୁଣ୍ୟ ମିଳିଥାଏ। ଏଥିରେ ନିହିତ ୧୮ ହଜାର ଶ୍ଳୋକ ଆଜିର ଆଧୁନିକ ଯୁଗରେ ବେଶ୍ ପ୍ରାସଙ୍ଗିକ।

ପୁରୀ: ଶ୍ରୀମଦ୍ ଭାଗବତ ଜୀବନ ଦର୍ଶନରେ ପରିପୂର୍ଣ୍ଣ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ଆଧାରିତ ଏହି କଥାମୃତ ପଢ଼ିଲେ, ଶୁଣିଲେ କୋଟି ପୁଣ୍ୟ ମିଳିଥାଏ। ଏଥିରେ ନିହିତ ୧୮ ହଜାର ଶ୍ଳୋକ ଆଜିର ଆଧୁନିକ ଯୁଗରେ ବେଶ୍ ପ୍ରାସଙ୍ଗିକ। ନାସ୍ତିକ ହୁଅନ୍ତୁ ଅବା ଆସ୍ତିକ, ନିଶ୍ଚୟ ଏହି କଥାମୃତ ପଢ଼ିବା ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ‘ପରମ ଶକ୍ତି ପୀଠ’ ପକ୍ଷରୁ ହୋଟେଲ ସେଭେନ ହିଲ୍ସରେ ପଦ୍ମଭୂଷଣ ସାଧ୍ବୀ ଋତୁମ୍ବରାଙ୍କ ଦ୍ବାରା ଆୟୋଜିତ ‘ଶ୍ରୀମଦ୍ ଭାଗବତ କଥା ମହୋତ୍ସବ’ରେ ସାମିଲ ହେବା ଅବସରରେ ଶ୍ରୀ ମାଝୀ କହିଲେ, ଓଡ଼ିଶାରେ କାହିଁ କେଉଁ କାଳରୁ ଭାଗବତ ଟୁଙ୍ଗି ମାଧ୍ୟମରେ ଭାଗବତ କଥାର ପ୍ରଚାର ପ୍ରସାର ପରମ୍ପରା ରହିଆସିଛି। ଓଡ଼ିଆ ଅସ୍ମିତା ଆଧାରରେ ପୁନଃ ସମସ୍ତ ଭାଗବତ ଟୁଙ୍ଗିର ପୁନରୁତ୍ଥାନ ପାଇଁ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି।
ସୌଜନ୍ୟ ସମ୍ବାଦ




