ମହାନଗର
Ganesh Puja: ସିଜୁଆରେ ଜମିବ ଗଣେଶ ପୂଜା: ଏଥର ମହାଭାରତର ‘ପାଞ୍ଚାଳ ରାଜପ୍ରାସାଦ’
ଚଳିତ ବର୍ଷ ଗଣେଶ ପୂଜା ଅବସରରେ ସିଜୁଆରେ ମହାଭାରତ ସମୟର ‘ପାଞ୍ଚାଳ ରାଜପ୍ରାସାଦ’ ତୋରଣ ଦେଖିବାକୁ ମିଳିବ। ଯୁଗ ଜ୍ୟୋତି ଯୁବକ ସଂଘ ପକ୍ଷରୁ ଏନେଇ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଭୁବନେଶ୍ୱର: ଚଳିତ ବର୍ଷ ଗଣେଶ ପୂଜା ଅବସରରେ ସିଜୁଆରେ ମହାଭାରତ ସମୟର ‘ପାଞ୍ଚାଳ ରାଜପ୍ରାସାଦ’ ତୋରଣ ଦେଖିବାକୁ ମିଳିବ। ଯୁଗ ଜ୍ୟୋତି ଯୁବକ ସଂଘ ପକ୍ଷରୁ ଏନେଇ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ୮୫ ଫୁଟର ସୁଉଚ୍ଚ ତୋରଣ ଓ ଆଖି ଝଲସାଇଦେଲା ଭଳି ଆଲୋକମାଳା ମଧ୍ୟରେ ଶ୍ରଦ୍ଧାଳୁମାନେ ମହାଭାରତର ପୌରାଣିକ କାହାଣୀ ସମ୍ପର୍କରେ ଜାଣିବାକୁ ପାଇବେ। ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା ୧୩ ଫୁଟ ରହିଛି। କଲିକତାର ଶିଳ୍ପୀମାନେ ମୂର୍ତ୍ତି ଓ ତୋରଣ ନିର୍ମାଣରେ ଲାଗିପଡ଼ିଛନ୍ତି। ଚଳିତ ବର୍ଷ ପୂଜା ପାଇଁ ୨୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। କ୍ଲବ୍ ପକ୍ଷରୁ ପ୍ରତିବର୍ଷ ଏଭଳି ନୂଆ ଥିମ୍ର ତୋରଣ ଶ୍ରଦ୍ଧାଳୁମାନଙ୍କୁ ଆକୃଷ୍ଟ କରିଆସୁଛି। ଚଳିତ ବର୍ଷର ଅନ୍ୟତମ ମୁଖ୍ୟ ଆକର୍ଷଣ ରହିଛି, ଗଜାନନଙ୍କ ମୂର୍ତ୍ତିରେ ରୁପାଦାନ୍ତ ଦେଖିବାକୁ ମିଳିବ।
ସୌଜନ୍ୟ ସମ୍ବାଦ




